ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟର ୩୦ଟି ଯାକ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯିବ ।
ଡ୍ରାଏ ରନ୍ର ଗାଇଡ ଲାଇନ ଓ ଏସ୍ଓପି ସଂପର୍କରେ ସବୁ ଜିଲ୍ଲାର ପ୍ରୋଗ୍ରାମ ଅଧିକାରୀଙ୍କୁ ଅବଗତ କରାଇ ଦିଆଯାଇଛି । ଟିକାକରଣର ଡ୍ରାଏ ରନ୍ ସମୟରେ ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତ ହୋଇଥିବା Co-WIN ୱେବ ପୋର୍ଟାଲର ବ୍ୟବହାର କରାଯିବ । ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ଆଇଡି ତିଆରି କରାଯାଇଛି ।
କରୋନା ଟିକାକରଣର ଡ୍ରାଏ ରନ୍ ପାଇଁ ପ୍ରତି ଟିକାକରଣ କେନ୍ଦ୍ରରେ ୨୫ ଜଣ ଲେଖାଏଁ ହିତାଧିକାରୀଙ୍କୁ ଚିହ୍ନଟ କରି ତାଲିକାଭୁକ୍ତ କରାଯାଇଛି । ସେମାନେ ସମସ୍ତେ ସ୍ୱାସ୍ଥ୍ୟକର୍ମୀ ଅଟନ୍ତି ।
ଟିକାକରଣର
ପ୍ରତି ଟିକାକରଣ କେନ୍ଦ୍ରରେ ଏକ ୫ ଜଣିଆ ଟିମ୍ ନିୟୋଜିତ ହେବେ । ଗାଇଡ ଲାଇନ ଅନୁସାରେ ପ୍ରତି ଟିକାକରଣ କେନ୍ଦ୍ରରେ ଗୋଟିଏ ଲେଖାଏଁ ଟିକାପ୍ରଦାନ ରୁମ, ଅପେକ୍ଷା କରିବା ପାଇଁ ଗୋଟିଏ ରୁମ୍ ଓ ନିରୀକ୍ଷଣ ରୁମ୍ ରହିବ । ଏହି ଡ୍ରାଏ ରନ୍ ସମୟରେ ମଧ୍ୟ ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ଆଗରୁ ଦେଶର ୪ଟି ରାଜ୍ୟ ଆସାମ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଓ ପଂଜାବରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯାଇଥିଲା
BREAKING NEWS
- ଭଂଜନଗରରେ ନିର୍ବାଚନୀ ହିଂସା, ୨ ବିଜେପି କର୍ମୀ ରକ୍ତାକ୍ତ
- ଆସନ୍ତୁ ଜାଣିବା ଆଇପିଏଲ ବ୍ରଡକାଷ୍ଟରଙ୍କ ଉପରେ କାହିଁକି ବିରକ୍ତ ହୋଇଛନ୍ତି ରୋହିତ
- ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା: ବିଜେଡି
- ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ
- ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ
- ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି
- ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ, ଜାରି ହେଲା ଟ୍ରାଫିକ କଟକଣା
- ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ନିୟୋଜିତ ହେବେ ୩୩ ହଜାର ପୋଲିସ କର୍ମଚାରୀ
- ଆଣ୍ଡାମାନ ଛୁଇଁଲା ମୌସୁମୀ; ୩୧ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ସମ୍ଭାବନା
- କିର୍ଗିଜସ୍ଥାନରେ ହିଂସାକାଣ୍ଡ: ଅନ୍ଧାର ଘରେ ଫସିରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ