ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ଖୋଲିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ରବିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏସସି ଏବଂ ଏସଟି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ଆଦିବାସୀ କଲ୍ୟାଣ ଆବାସିକ ବିଦ୍ୟାଳୟଗୁଡ଼ିକର ହଷ୍ଟେଲ ଖୋଲାଯିବ।
ତେବେ ହଷ୍ଟେଲ ଗୁଡିକ ପୁନଃ ଖୋଲିବା ଉପରେ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.