Latest Odisha News

BREAKING NEWS

ଭିଲେନ୍‌ ହେବେ ଦୀପିକା!

ନୂଆଦିଲ୍ଲୀ: ୨୦୦୪ରେ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ଧୁମ୍‌ ବକ୍ସ ଅଫିସ୍‌ ରେକର୍ଡ ସୃଷ୍ଟି କରିଥିଲା। ବର୍ତ୍ତମାନ ଧୁମ୍, ଧୁମ୍ ୨, ଧମ୍ ୩ ପରେ, ଧମ୍ ୪ ବିଷୟରେ ଆଲୋଚନା ମଧ୍ୟ ତୀବ୍ର ହୋଇଛି। ଫିଲ୍ମରେ ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରାଙ୍କ ଭୂମିକା ସର୍ବଦା ଏକ ଫିକ୍ସ ବୋଲି ବିବେଚନା କରାଯାଏ କିନ୍ତୁ ଫିଲ୍ମରେ ଭିଲେନ୍‌ର ଚରିତ୍ର ପରିବର୍ତ୍ତନ ହୋଇଥାଏ।

ତେବେ ଧୁମ୍ ୪କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍‌ନାକୁ ଆସିଛି।‌ ରିପୋର୍ଟ ଅନୁଯାୟୀ ଦୀପିକା ପାଦୁକୋନ୍ ଏହି ଚଳଚ୍ଚିତ୍ରରେ ଭିଲେନ୍‌ ଭୂମିକାରେ ନଜର ଆସିବେ।

ସୂଚନା ଅନୁଯାୟୀ ଧୁମ୍ ୪ ର ନିର୍ମାତା ନିଷ୍ପତ୍ତି ନେଇଛନ୍ତି ଯେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଭିଲେନ୍ ଭାବରେ କାଷ୍ଟ କରିବେ। ଏହି ମେଗା ବଜେଟ୍ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନଙ୍କୁ ନେବା ପାଇଁ ପ୍ରସ୍ତୁତି ଚାଲିଛି।

Comments are closed.