Latest Odisha News

ଟିମ୍ ଇଣ୍ଡିଆ ସହ ରୋହିତଙ୍କ ସମେତ ଅନ୍ୟ ୫ଜଣ ମଧ୍ୟ ସିଡନୀ ଯିବେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ସୋମବାର ସିଡନୀ ଗସ୍ତରେ ଯାଇଛି । ବାୟୋ ବବଲ ପ୍ରୋଟୋକଲ ଭାଙ୍ଗିଥିବା ରୋହିତ ଶର୍ମାଙ୍କ ସମେତ ଅନ୍ୟ ୫ଜଣ ମଧ୍ୟ ଏହି ଗସ୍ତରେ ଟିମ୍ ସହିତ ଯାଇଛନ୍ତି । ନୂଆ ବର୍ଷ ଦିନ ରୋହିତ, ନବଦୀପ ସାଇନି, ଋଷଭ ପନ୍ତ, ଶୁଭମନ ଗିଲ ଓ ପୃଥ୍ୱୀ ଶ ନିୟମ ଭାଙ୍ଗି ଏକ ରେଷ୍ଟୁରାଂଟରେ ଖାଉଥିବାରୁ ଦେଖିବାକୁ ମିଳିଥିଲେ ।

ଅଷ୍ଟ୍ରେଲିଆ ମିଡିଆର ଏହି ଖବରକୁ ବିସିସିଆଇ ଖଣ୍ଡନ କରିଛି । ଏହା ସତ୍ୱେ ଖେଳାଳିମାନଙ୍କୁ ଆଇସୋଲେଶସନରେ ପଠା ଯାଇଥିଲା । ଉଭୟ ଦେଶ ମଧ୍ୟରେ ତୃତୀୟ ଟେଷ୍ଟ ଜାନୁୟାରୀ ୭ରୁ ଆରମ୍ଭ ହେବ ।

Leave A Reply

Your email address will not be published.