Latest Odisha News

BREAKING NEWS

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର : ଭାଷାକୁ ନେଇ ସଙ୍ଗୀତ ସୃଷ୍ଟି । ବହୁ ସଂଘର୍ଷ ପରେ ଓଡ଼ିଆ ଏକ ପ୍ରାଚୀନ ଏବଂ ଶାସ୍ତ୍ରୀୟ ଭଷାର ମାନ୍ୟତା ପାଇପାରିଛି । ଭାଷାକୁ ନେଇ ସୃଷ୍ଟି ହୋଇଥିବା ଓଡ଼ିଶୀ ସଙ୍ଗୀତ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇବା ଉଚିତ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ପଦ୍ମଭୂଷଣ ଡ. ସୀତାକାନ୍ତ ମହାପାତ୍ର ଯୋଗ ଦେଇ ଏହି ମତ ଦେଇଛନ୍ତି। ଓଡ଼ିଆ ସାହିତ୍ୟକୁ ସଂସ୍କୃତ ସମକକ୍ଷ କରାଇବାରେ କବି ସମ୍ରାଟଙ୍କ ଭୂମିକା ବର୍ଣ୍ଣନା କରି ତାଙ୍କର ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଭଞ୍ଜ ସାହିତ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ଡ . ମହାପାତ୍ରଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଭଞ୍ଜବିହାର ବିଜୁ ପଟ୍ଟନାୟକ ଅଡିଟୋରିଅମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ କୁଳପତି ପ୍ରଫେସର ଗୋବିନ୍ଦ କେ ଚକ୍ରପାଣି ପୌରହିତ୍ୟ କରିବା ସହ ନୂଆ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ। କୁଳସଚିବ ରଞ୍ଜନ ବିଶ୍ୱାଳ ବିବରଣୀ ପାଠ କରିଥିଲେ । ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କୁ ସମର୍ଦ୍ଧିତ କରାଯାଇଥିଲା।ବରିଷ୍ଠ ସିନେ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ପୁରୁଷୋତ୍ତମ ମିଶ୍ର, ଡ଼. କମ୍ବୁପାଣି ସାମନ୍ତ , ଦାସକାଠିଆ ଗୁରୁ ଉପେନ୍ଦ୍ର ପାଣିଗ୍ରାହୀ ଏବଂ ପାରଳାର ଶିଙ୍ଗ କାରିଗର କୃଷ୍ଣଚନ୍ଦ୍ର ମହାରଣାଙ୍କୁ ଦକ୍ଷିଣ ଓଡ଼ିଶା ସମ୍ମାନ ପ୍ରଦାନ କରା ଯାଇଥିଲା।

ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ବରିଷ୍ଠ ଆଇନଜୀବୀ ବସନ୍ତ କୁମାର ପଣ୍ଡା ଏବଂ ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ମହାପାତ୍ରଙ୍କୁ ସମର୍ଦ୍ଧିତ କରାଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ମନୋଜ କୁମାର ସାହୁ, ବନିତା ଘଡେ଼ଇ , ପ୍ରମିଳା କୀର୍ସାନି ଗବେଷଣା କ୍ଷେତ୍ରରେ ବିଜ୍ଞାନ ଛାତ୍ର ବିଶ୍ଵଜିତ ପ୍ରଧାନ , ଛାତ୍ରୀ ସୁନିତା ବେହେରା , ଶ୍ରେଷ୍ଠ ଶିକ୍ଷକ ଭାବରେ ଆସିଷ୍ଟାଣ୍ଡ ପ୍ରଫେସର ତପନ କୁମାର ପାଢୀଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.