Latest Odisha News

ସମସ୍ତ ନିୟମ ମାନିବାକୁ ରାଜି ହେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ:ଶେଷରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ସମସ୍ତ କରୋନା ପ୍ରୋଟୋକଲ ମାନିବାକୁ ରାଜି ହୋଇଛି । ଫଳରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ସିଡନୀରେ ଜାନୁୟାରୀ ୭ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ଏଠାରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ସରକାର କଠୋର ପନ୍ଥ୍‌ା ଅବଲମ୍ବନ କରିଛି ।

ଟିମ୍ ଇଣ୍ଡିଆକୁ ସମସ୍ତ ନିୟମ ବିଷୟରେ ଭଲଭାବେ ଅବଗତ କରାଯାଇଛି ଏବଂ ସେମାନେ ମଧ୍ୟ ଶୃଙ୍ଖଳିତ ଭାବେ ଏହାକୁ ମାନିବା ନେଇ ରାଜି ହୋଇଛନ୍ତି । ଖେଳାଳିମାନଙ୍କୁ ବାହାରେ ଚାଲିବାକୁ ଓ ବାହାରେ ଖାଇବାକୁ ଅନୁମତି ମିଳିଛି । ୧-୧ରେ ସିରିଜ ଡ୍ର ରହିଥିବା ଯୋଗୁ ତୃତୀୟ ଟେଷ୍ଟ ଉଭୟ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

Comments are closed.