Latest Odisha News

ମମତାଙ୍କୁ ଆଉ ଏକ ଝଟକା, କ୍ରୀଡା ମନ୍ତ୍ରୀ ପଦରୁ ଶୁକ୍ଲାଙ୍କ ଇସ୍ତଫା

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖକୁ ଆସୁଛି ମମତା ବାନାର୍ଜୀଙ୍କ ସରକାରକୁ ସେତେ ଝଟକା ଲାଗୁଛି । ମଙ୍ଗଳବାର ପୂର୍ବତନ କ୍ରିକେଟ ଖେଳାଳି ତଥା କ୍ରୀଡା ମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଲା ଦଳରୁ ଇସ୍ତଫା ଦେଇଛନ୍ତି । ଏହା ବ୍ୟତୀତ ସେ ହାୱଡା ଜିଲ୍ଲା ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଶୁକ୍ଲା ବିଜେପିରେ ଯୋଗଦେବେ କିମ୍ବା ରାଜନୀତି ଛାଡିବେ ସେ ନେଇ କଳ୍ପନା ଜଳ୍ପନା ଚାଲିଛି ।

୧୬ ଦିନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୧୦ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ଶୁକ୍ଲା ଭାରତ ପାଇଁ ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି । ଏହା ବ୍ୟତୀତ କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସେ ଆଇପିଏଲରେ ଖେଳିଛନ୍ତି ।

Comments are closed.