Latest Odisha News

BREAKING NEWS

କେନ୍ଦୁଝରରେ ବାଇକ-ଟ୍ରକ ଧକ୍କା; ବଞ୍ଚିଗଲେ ବାପ-ଝିଅ, ଚାଲିଗଲା ମାଆ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟାଉନ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥସ୍ଥ ଗାନ୍ଧିଛକ ନିକଟରେ ଏକ ବାଇକ୍‌-ଟ୍ରକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ।

BjdElectrycity

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବଡ଼ପଡା ଗ୍ରାମର ଭାଗୀରଥି ମହାନ୍ତ, ପତ୍ନୀ ଭୁବନମୋହିନୀ ଏବଂ ୬ ବର୍ଷର ଝିଅକୁ ଧରି ବାଇକ୍‌ରେ ଧରିଯାଉଥିବା ବେଳେ ଗାନ୍ଧିଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ଛତିଶଗଡ଼ରୁ କଲିକତା ଯାଉଥିବା ଏକ ଟ୍ରକ୍‌ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଏଥିରେ ମହିଳା ଜଣଙ୍କ ବାଇକ୍‌ରୁ ଖସି ପଡ଼ିବା ସହ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ବାପ ଓ ଝିଅ ବର୍ତ୍ତି ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ  ସ୍ଥାନୀୟ ଲୋକେ ପିଛା କରି ଧୋବାଡିହା ନିକଟରେ ଏହାକୁ ଧରିଥିଲେ। ପୋଲିସ ଦୁର୍ଘଟଣା ଘଟିଥିବା ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.