Latest Odisha News

ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ସମ୍ପୂର୍ଣ୍ଣ ବନ୍ଦ

ନୂଆଦିଲ୍ଲୀ: ଆମେରିକାର ସଂସଦ ପରିସରରେ ହିଂସା ପରେ ଟ୍ୱିଟର ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ହିଂସା ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ଟ୍ୱିଟର ଏହି ନିଷ୍ପତ୍ତି ନେଇଛି।

ଆମେରିକାରେ ହୋଇଥିବା ହିଂସା ପରେ ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଥିଲା।

ନିକଟ ଅତୀତରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଆଲୋଚନା ଚାଲିଥିବା ବେଳେ ଆମେରିକା ସଂସଦ ଭବନରେ ଟ୍ରମ୍ପଙ୍କ ସମର୍ଥକମାନେ ପ୍ରବେଶ କରିଥିଲେ। ସୁରକ୍ଷାକର୍ମୀ ସେମାନଙ୍କୁ ବାହାରକୁ ଆଣିଥିଲେ ମଧ୍ୟ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା ଯୋଗୁ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଟ୍ରମ୍ପ ସମର୍ଥକ ଓ ପୋଲିସ ମଧ୍ୟରେ ହୋଇଥିବା ହିଂସାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏପରିକି ଓ୍ଵାଶିଂଟନ ଡିସିରେ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଥିଲା ।

Comments are closed.