ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ । ଏହାକୁ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ଅର୍ଥ ବିନିଯୋଗ ହେବ । ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁସାଗରର ସଫେଇ କରାଯିବ ।
ଭର୍ଚୁଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ, ବିନ୍ଦୁସାଗରକୁ ସ୍ୱଚ୍ଛ କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ । ଭୁବନେଶ୍ୱରରେ ବହୁ ପୁଷ୍କରିଣୀ ରହିଛି ସେସବୁ ସ୍ୱଚ୍ଛ ରଖିବା ଜରୁରୀ । ବିନ୍ଦୁ ସାଗର ପ୍ରକଳ୍ପରେ ସହଯୋଗ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସମ୍ବୋଧନ କହିଛନ୍ତି, ଭାରତ ଏବଂ ଓଡିଶା ସରକାରଙ୍କ ସହାୟତାରେ ପ୍ରକଳ୍ପ କାମ କରାଯିବ । ବିନ୍ଦୁସାଗରକୁ ସ୍ୱଚ୍ଛ କରିବା ସରକାରଙ୍କ ପଦକ୍ଷେପ । ପ୍ରକଳ୍ପ କାର୍ଯ୍ୟ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି- ICT, ଓଡ଼ିଶା ବ୍ରିଜ୍ କର୍ପୋରେସନ- OBCCର ମିଳିତ ତଦାରଖରେ ସମ୍ପନ୍ନ ହେବ । ବିନ୍ଦୁସାଗର ଆମ ସମସ୍ତଙ୍କ ପାଇଁ ଗୌରବର କଥା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
BREAKING NEWS
- ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ୧୦ ତାରିଖରେ ପଡିବ ଭୋଟ
- ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ
- ଆଜି ନିଟ୍-ୟୁଜି ପରୀକ୍ଷା: ଦେଶର ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର
- କବିତା ନିରଂତର : ଏକଦା ପଠିତ, ଏବେ ଅପଠିତ
- ଆଇଏଏଫ୍ର କନଭଏ ଉପରକୁ ଆତଙ୍କୀ ହମଲା
- ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧)
- ତାତିରୁ ମିଳିପାରେ ଆଶ୍ବସ୍ତି: ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା
- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ
- ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦ ସଭାପତିଙ୍କ ସହ ବିଭିନ୍ନ ଦଳର ବହୁ ନେତା