Latest Odisha News

BREAKING NEWS

କାବୁ ପାଉଛି କରୋନା: ଦେଶରେ ୨.୧୩% ଆକ୍ଟିଭ୍ କେସ୍, ସୁସ୍ଥହାରା ୯୬%

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢି ଚାଲିଛି । ବର୍ତ୍ତମାନ ଦେଶରେ ୨ଲକ୍ଷ ୨୨ହଜାର ୫୨୬ଟି ସକ୍ରିୟ ମାମଲା ରହିଛି । ଅର୍ଥାତ ମୋଟ୍ ସଂକ୍ରମତିଙ୍କ ୨.୧୩% ଆକ୍ଟିଭ କେସ୍ ରହିଛି । ଦେଶରେ ସୁସ୍ଥହାର ରହିଛି ୯୬.୪୩% ।

ଦେଶରେ କରୋନାରୁ ସୁସ୍ଥ ହେଲେଣି ମୋଟ୍ ୧କୋଟି ୯୨ହଜାର ୯୦୯ ସଂକ୍ରମିତ । ଗତ ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ୧୯ହଜାର ୨୯୯ ଆକ୍ରାନ୍ତ । ଏହି ସମୟରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୬ହଜାର ୩୧୧ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୪ଲକ୍ଷ ୬୬ହଜାର ୫୯୫କୁ ବୃଦ୍ଧି ପାଇଛି ।

ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ଦୁଇ ଶହରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀ ଆଉ ୧୬୧ ଆକ୍ରାନ୍ତଙ୍କ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୧ହଜାର ୧୬୦ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୪% ।

Leave A Reply

Your email address will not be published.