Latest Odisha News

BREAKING NEWS

କୋଭିଡ-୧୯ ଉତ୍ପତ୍ତିର ଅନୁସନ୍ଧାନ ପାଇଁ ‘ହୁ’ର ପ୍ରୟାସ ଜାରି; ଜାନୁଆରୀ ୧୪ରେ ଚୀନ୍‌କୁ ଉଡାଣ ଭରିବେ ବିଶେଷଜ୍ଞ ଦଳ

ବେଜିଂ: ଚୀନ୍ କହିଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ ଦଳ ଜାନୁଆରୀ ୧୪ରେ ସିଙ୍ଗାପୁରରୁ ଉହାନ୍ ସହରକୁ ଉଡ଼ିବେ ଏବଂ କୋଭିଡ-୧୯ ର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରିବେ। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଭିଆନ୍ ଏହି ସୂଚନା ବାଣ୍ଟିଛନ୍ତି। ଏହାପୂର୍ବରୁ ସୋମବାର ଚୀନ୍ ସୂଚନା ଦେଇଥିଲା ଯେ WHO ର ବିଶେଷଜ୍ଞ ଦଳ ଜାନୁଆରୀ ୧୪ ରୁ କରୋନା ଯାଞ୍ଚ ପାଇଁ ଚୀନ୍ ଗସ୍ତ କରିବେ। WHO ର ବିଶେଷଜ୍ଞ ଦଳ ଚାଇନାରେ କରୋନା ସହ ଜଡିତ ଆବଶ୍ୟକ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ କରିବେ। ଉଲ୍ଲେଖ ଥାଉ କି, ଡିସେମ୍ବର ୨୦୧୯ରେ କରୋନାର ପ୍ରଥମ ମାମଲା ବାହାରିବା ପରେ ଚୀନ୍ କରୋନା ବିଷୟରେ ସୂଚନା ଲୁଚାଇଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ଚୀନ୍ ଆଶା ବ୍ୟକ୍ତ କରୁଛି ଯେ ଏହି ମିଳିତ ପ୍ରୟାସ ଦ୍ବାରା ଭୂତାଣୁ ବିଷୟରେ ଅଧିକ ସୂଚନା ପ୍ରକାଶ ପାଇବ ଏବଂ ଭବିଷ୍ୟତରେ କୌଣସି ସଂକ୍ରାମକ ରୋଗ ବିସ୍ତାର ନହେବାରେ ସାହାଯ୍ୟ କରିବ।

Comments are closed.