Latest Odisha News

BREAKING NEWS

ବାବା ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା; କେବଳ ପୂଜକଙ୍କୁ ପ୍ରବେଶ ଅନୁମତି

ଆଠଗଡ଼: କରୋନା ଯୋଗୁଁ ଅନେକ ଦିନ ହେବ ବନ୍ଦ ରହିଥିବା ବାବା ଧବଳେଶ୍ବର ପୀଠ ଗତ କିଛିଦିନ ହେବ ଖୋଲିଥିବା ବେଳେଆଜି ପୁନଃ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଜି ପବିତ୍ର ମକର ସଂକ୍ରାନ୍ତି। ଏହାକୁ ବାବା ଧବଳେଶ୍ଵରଙ୍କ ପୀଠରେ ବେଶ ଧୁମଧାମରେ ପାଳନ କରାଯାଏ ।

ବିଶ୍ବାସ ରହିଛି ଯେ ଆଜିର ଦିନରେ ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହ ତାଙ୍କ ପାଖରେ ମକରଚାଉଳ ଲାଗି କଲେ ବହୁ ପୁଣ୍ୟ ମିଳିଥାଏ । ଏହି ଦିନ ବାବାଙ୍କ ଦର୍ଶନ କରିବାକୁ ପ୍ରତିବର୍ଷ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥାଏ। ଏହାସହ ଭକ୍ତ ମାନେ ମହାନଦୀ ବାଲିପଠାରେ ଗୁଡି ଉଡାର ମଜା ମଧ୍ୟ ନିଅନ୍ତି ।

ତେବେ କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ଏସବୁ ଉପରେ କଟକଣା ଲଗାଯାଇଛି। ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ଅନୁସାରେ ଆଜି ଦିନକ ପାଇଁ ଧବଳେଶ୍ବର ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରଯାଇଛି । ଏହି ସମୟରେ କେବଳ ପୂଜକମାନେ ହିଁ ମନ୍ଦିରରେ ପ୍ରବେଶ କରି ପାରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.