ମୁକ୍ତାକାଶ ତଳେ ମ୍ୟୁଜିକ୍ ସିଟିଂ: ୧୫ ଜଣ କଣ୍ଠଶିଳ୍ପୀଙ୍କୁ ନେଇ ପ୍ରସ୍ତୁତ ହେଲା ଗୀତ ‘ଏ ମାଟି ଓଡିଶା ଏ ଜାତି ଓଡିଆ…’
ଭୁବନେଶ୍ୱର: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ନିଆରା ପ୍ରୟାସ । ଓଡିଆ ସଙ୍ଗୀତର କିଛି ଆଗଧାଡିର କଣ୍ଠଶିଳ୍ପୀକୁ ନେଇ ମୁକ୍ତାକାଶ ତଳେ ହେଲା ମ୍ୟୁଜିକ୍ ସିଟିଂ । କମ୍ପୋଜ ହେଲା ଗୀତ । ଲକ୍ଷ୍ୟ ଥିଲା ନୂଆ ବର୍ଷରେ ଏକାଧିକ କଣ୍ଠଶିଳ୍ପୀଙ୍କୁ ଏକାଠି କରି ମିଳିତ କଣ୍ଠରେ ଗୋଟିଏ ଗୀତ ପ୍ରସ୍ତୁତ କରିବା ।
ଓଡିଶାର ସଂସ୍କୃତି, ପରମ୍ପରା ଓ ପରିଚୟକୁ ଆଧାର କରି ପ୍ରେମ୍ ଆନନ୍ଦ ଏହି ନିଆରା ସଙ୍ଗୀତ ରଚନା କରିଛନ୍ତି । ଗୀତଟି ହେଉଛି ‘ ଶୁଭ ଶଙ୍ଖରେ ହୁଏ ସକାଳ, ସଞ୍ଜବତୀରେ ସନ୍ଧ୍ୟା, ଗାଇ ଜଗାଳି ହୁଏ କହ୍ନିଆ, ଧାନସାଉଁଟା ଝିଅ ରାଧା, ଅଖିମୁଠିରେ କ୍ଷେତ ଆରମ୍ଭ, ଲଗ୍ନଧରାରେ ବାହା, ବାଆ ବତାସ ଆସିଲେ ହୁଏ ଶ୍ରୀ ଜଗନ୍ନାଥ ସାହା, ଅରୁଆ ଚାଉଳ ଦୁବ, ଅତିଥି ଦେବୋ ଭବ, ମନଟା ଆମ ମହାପ୍ରସାଦ ପ୍ରେମ ନିର୍ମାଲ୍ୟ ପୁଡିଆ.. ଏ ମାଟି ଓଡିଶା ଏ ଜାତି ଓଡିଆ..’ । ଏଥିରେ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ସୋନମ ଦାଶ, ସବିଶେଷ ମିଶ୍ର, ବିଶ୍ୱଜିତ ମହାପାତ୍ର, ଦେବକୃପା ମିଶ୍ର, ଅଳକା ଅଭିଲେଖା, ସମୀକ୍ଷା ମିଶ୍ର, ଲୋପାମୁଦ୍ରା ଦାଶ, ଶ୍ରୀୟା ମିଶ୍ର, ପ୍ରଜ୍ଞା ପ୍ରସ୍ମିତା ହୋତା, ଶଶାଙ୍କ ଶେଖର, ବସନ୍ତରାଜ ସାମଲ, ବିଉଟିଫୁଲ୍ ଦାସ ଏକାଠି ହୋଇ କଣ୍ଠଦାନ କରିଛନ୍ତି । ଗୀତିକାର ସୁବ୍ରତ ଦାସ, କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢି ଓ ଅସୀମା ପଣ୍ଡା ରେକର୍ଡିଂ ଥିବା କାରଣରୁ ଏଥିରେ ଯୋଗ ଦେଇ ପାରିନଥିଲେ ମଧ୍ୟ ସେମାନେ ବି ଏହି ଗୀତରେ କଣ୍ଠଦାନ କରିବେ ।
ଓଡିଶାର ପରିଚୟକୁ ପ୍ରତିପାଦିତ କରୁଥିବା ଏହି ବିଶେଷ ଗୀତଟିକୁ ରଚନା କରିଛନ୍ତି ଗୀତିକାର ବସନ୍ତରାଜ ସାମଲ । ଆଗମୀ ବିଷୁୁବ ସଂକ୍ରାନ୍ତି ଓଡିଆ ନବ ବର୍ଷ ଅବସରରେ ଗୀତଟି ରିଲିଜ ହେବାର ଲକ୍ଷ୍ୟ ରହିଛି ।
Comments are closed.