Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଆଗୁଆ ନିର୍ବାଚନ ହୋଇପାରେ !

କୋଲକାତା: ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଅଟକଳ ଜୋର ଧରିଛି । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରର କାର୍ଯ୍ୟକାଳ ମେ ୩୦ରେ ଶେଷ ହେବ । ଏଥିନେଇ ଟିଏମସି, ବିଜେପି ଏବଂ ଅନ୍ୟ ଦଳଗୁଡିକ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ନିର୍ବାଚନୀ ହିଂସା ଏବଂ ପିଲାମାନଙ୍କ ପରୀକ୍ଷାକୁ ଆଖି ଆଗରେ ରଖି ନିର୍ବାଚନ କମିଶନ ଏହାକୁ ଶୀଘ୍ର କରିବା ନେଇ ବିଚାର କରୁଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ସହ ସୁଶୀଲ ଚନ୍ଦ୍ର ଏବଂ ରାଜୀବ କୁମାର ଆସନ୍ତା ସପ୍ତାହରେ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତରେ ଏ ନେଇ ଆସିବେ । ଡେପୁଟି ନିର୍ବାଚନ କମିଶନର ସୁଦୀପ ଜୈନ ପଶ୍ଚିମବଙ୍ଗ ଗସ୍ତରେ ଆସି ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.