ୱାଶିଂଟନ୍: ଗୁରୁବାର ଦିନ ବିଶ୍ୱ ପାଣିପାଗ ଗୋଷ୍ଠୀ ରିପୋର୍ଟ କରିଛି ଯେ ପୃଥିବୀର ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ୨୦୨୦ ବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷ ରହିଛି। ଏହି ବର୍ଷ ଉତ୍ତାପ ସ୍ତରରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ସୃଷ୍ଟି କରିଛି। ନାସା ସମେତ ଅଧିକାଂଶ ଏଜେନ୍ସି ମଧ୍ୟ କହିଛନ୍ତି ଯେ ୨୦୨୦ ବର୍ଷ ଅର୍ବାଧିକ ଉତ୍ତପ୍ତ ବର୍ଷ ଭାବେ ଗଣନା କରାଯାଇଛି।
ପେନସିଲଭାନିଆ ଷ୍ଟେଟ୍ ୟୁନିଭରସିଟିର ଜଳବାୟୁ ବିଶେଷଜ୍ଞ ମାଇକେଲ୍ ମ୍ୟାନ୍ କହିଛନ୍ତି ଯେ ଯଦି ଆମେ ଅଙ୍ଗାରକାମ୍ଳ ପ୍ରଦୂଷଣ ଜାରି ରଖିବା ତେବେ ଗ୍ରହର ଉତ୍ତାପ ବୃଦ୍ଧି ପାଇବ ଏବଂ ତାହା ହିଁ ଆମେ ଦେଖୁଛୁ।
Comments are closed.