Latest Odisha News

BREAKING NEWS

ରାଜ୍ୟରେ ଦ୍ୱିତୀୟ ଦିନରେ ଟିକାକରଣ: ୩୧ ହଜାର ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଟିକାକରଣ । ଦ୍ୱିତୀୟ ଦିନରେ ୩୧ହଜାର ୯୦୨ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୩୮୦ ସେସନ ମାଧମରେ ୩୧,୯୦୨ ଜଣଙ୍କୁ ଟିକାକରଣ କରାଯିବ । ଆଜିଠୁ ୨୫ ତାରିଖ ଯାଏ ୧୬ଶହ ୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

କେଉଁ ଦିନ କେତେ ସେସନରେ ଟିକାକରଣ ହେବ ତାହା ନିର୍ଦ୍ଧାରିତ ହୋଇଛି । ୧୯ତାରିଖରେ ୧୯୨ଟି, ୨୦ତାରିଖରେ ୯୨ଟି, ୨୧ତାରିଖରେ ୪୩୬ଟି ସେସନରେ ଟିକାକରଣ ହେବ । ସେହିପରି ୨୨ତାରଖରେ ୧୪୧ଟି, ୨୩ ତାରିଖରେ ୧୭୮ ଓ ୨୫ ତାରିଖରେ ୨୭୯ଟି ସେସନରେ ହେବ ଟିକାକରଣ ।

ଯେଉଁମାନେ ଟିକା ନେଇଛନ୍ତି ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବେ । ନିର୍ଦ୍ଧାରିତ ତାରିଖର ଦୁଇ ଦିନ ପୂର୍ବରୁ SMS ଦ୍ୱାରା ଜଣାଇ ଦିଆଯିବ । ପ୍ରଥମ ଦିନରେ ରାଜ୍ୟରେ ୧୩ ହଜାର ୮୯୦ ଜଣଙ୍କୁ ଦିଆଯାଇଛି କରୋନା ଭ୍ୟାକସିନ୍ ।

Leave A Reply

Your email address will not be published.