Latest Odisha News

ଅନଲାଇନ ଗେମରେ ହାରିବାରୁ ଆତ୍ମହତ୍ୟା କଲେ ଯୁବକ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଅନଲାଇନ୍ ଗେମରେ ହାରିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକ ଜଣକ ରଣପୁର ବ୍ଲକର ପଥରପୁଞ୍ଜି ଗ୍ରାମର ନିବାସୀ ମନୋରଞ୍ଜନ ଶଢଙ୍ଗୀ (୧୯) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ମନୋରଞ୍ଜନ ପୁରୀର ତାଳବଣିଆ ସ୍ଥିତ ଏକ ଆଇଟିଆଇ କଲେଜର ଛାତ୍ର। ହେଲେ ଲକଡାଉନ ଯୋଗୁଁ ସେ ଗତ ୧୦ ମାସ ଧରି ଘରେ ରହିଆସୁଥିଲା। ଆଉ ଏହି ସମୟ ମଧ୍ୟରେ ସେ ଅନଲାଇନ୍ ଗେମ୍ ଫ୍ରି-ଫାୟାର ଖେଳିବାରେ ଲାଗିଥିଲା।

ଗତ କିଛି ଦିନ ହେବ ସେ ଏହି ଖେଳରେ ହାରୁଥିବାରୁ ଅବସାଦରେ ଥିଲା ବୋଲି ଜଣାପଡିଛି। ଶୁକ୍ରବାର ସନ୍ଧ୍ୟାରେ ନିକଟ ଜଙ୍ଗଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ପରିବାର ସଦସ୍ୟ ତାକୁ ରଣପୁରର ଏକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ହେଲେ ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଯୁବକଙ୍କ ମୃତ୍ୟୁ ପରେ ଅନଲାଇନ୍ ଗେମ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଥିବା ଜଣାପଡିଛି।

Leave A Reply

Your email address will not be published.