କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ଏଣିକି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ‘ପରାକ୍ରାମ ଦିବସ’ ଭାବେ ପାଳନ କରାଯିବ
ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜଙ୍କ ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପୂର୍ବରୁ ଭାରତ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଜାନୁଆରୀ ୨୩ ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖନୀୟ କଥା ହେଉଛି, କେନ୍ଦ୍ର ସରକାର ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀକୁ ଆହୁରି ବଡ଼ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ଏହା ମଧ୍ୟ ଆକଳନ କରାଯାଇପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହା ବିଷୟରେ ଗଠିତ ଉଚ୍ଚ ସ୍ତରୀୟ କମିଟିର ନେତୃତ୍ୱ ନେଉଛନ୍ତି।
Comments are closed.