Latest Odisha News

BREAKING NEWS

ନିଜ ରିସେପ୍ସନ ପାର୍ଟିରେ ଗୌରୀଙ୍କ ପରିବାର ସହ ଏମିତି ପ୍ରାଙ୍କ୍‌ କରିଥିଲେ ଶାହାରୁଖ୍‌

ନୂଆଦିଲ୍ଲୀ: ବଲିଉଡର କିଙ୍ଗ୍‌ ଖାନ୍‌ ତଥା ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ଯୋଡି ଏକ ସଫଳ ଦମ୍ପତି ତାଲିକାରେ ସ୍ଥାନ ପାଇଛି। ଅନେକ ସମୟରେ ଉଭୟଙ୍କ ଅନେକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୁଏ। ତେବେ ଶାହାରୁଖ୍‌ ଏବଂ ଗୌରୀଙ୍କୁ ନେଇ ମଜାଳିଆ ଖବର ଏବେ ସୋସିଆଲ୍‌ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶାହାରୁଖ ଖାନ ଥରେ ଏକ ଚାଟ୍ ସୋ ସମୟରେ ତାଙ୍କ ବିବାହ ରିସେପ୍ସନର ଏକ ମଜାଳିଆ କାହାଣୀ ସେୟାର କରିଥିଲେ।

ସେ ଥରେ ଫରିଦା ଜାଲାଲଙ୍କ ଏକ ଚାଟରେ କହିଥିଲେ ଯେ ତାଙ୍କ ବିବାହ ରିସେପ୍ସନରେ ସେ ଗେ‌ୗରୀ ଏବଂ ତାଙ୍କ ପରିବାରଙ୍କ ସହଏକ ପ୍ରାଙ୍କ୍‌ କରିଥିଲେ। ଏହି ପ୍ରାଙ୍କ୍‌ ସେଠାରେ ସମସ୍ତ ସଦସ୍ୟ କିଛି କ୍ଷଣ ପାଇଁ ସ୍ତବ୍ଧ କରିଦେଇଥିଲା। ବାସ୍ତବରେ, ଶାହରୁଖ ତାଙ୍କ ରିସେପ୍ସନରେ ଗୌରୀଙ୍କ ପରିବାରକୁ ଦ୍ୱନ୍ଦରେ ପକାଇବାକୁ ଚେଷ୍ଟା କରିଥିଲେ। ସେ ଗୌରୀଙ୍କୁ ବିବାହ ପରେ ଧର୍ମ ପରିବର୍ତ୍ତନ କରିବାକୁ ପଡିବ ଏବଂ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ପଡିବ ବୋଲି କହିଥିଲେ। ଏହାଛଡ଼ା ତାଙ୍କ ସବୁବେଳେ ବୁର୍ଖା ପିନ୍ଧି ରହିବାକୁ ପଡ଼ିବ ବୋଲି ମଧ୍ୟ କହିଥିଲେ।

ଏହା ଶୁଣିବା ପରେ ଗୌରୀଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଚାଟ୍ ସୋ ସମୟରେ ସେ ପରେ କହିଥିଲେ ଯେ ମୁଁ ସେଠାରେ ଏହି ଧର୍ମ ବିଷୟରେ କହିଥିବା ଲୋକଙ୍କୁ ଶିକ୍ଷା ଦେବା ପାଇଁ ଏହି ଥଟ୍ଟା କରିଥିଲି। ମୋ ମତରେ କୌଣସି ଧର୍ମ ପ୍ରେମ ମଧ୍ୟରେ ଆସିବା ଉଚିତ୍ ନୁହେଁ।

Comments are closed.