Latest Odisha News

BREAKING NEWS

ପାର୍ବତୀ ଗିରିଙ୍କ  ୯୫ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ପାର୍ବତୀ ଗିରିଙ୍କ  ୯୫ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସରେ ଅନୁଷ୍ଠିତ ହୋଇଯାଇଛି। ଦେଶସେବା ସହ ଅସହାୟଙ୍କ କଲ୍ୟାଣ ଦିଗରେ ତାଙ୍କ ଜୀବନବ୍ୟାପୀ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ସେ ଚିରସ୍ମରଣୀୟ ରହିବେ ବୋଲି ମୁଖ୍ୟ ଅତିଥି ଗୌରହରି ମିଶ୍ର ତାଙ୍କ ଭାଷଣରେ କହିଥିଲେ ।

ପାର୍ବତୀ ଗିରିଙ୍କ ନାତୁଣୀ ନିହାରିକା ଗିରି ଦୀପ ପ୍ରଜ୍ଜଳନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଦିବାକର ମାଝି ସହିତ ଅନେକ ବୁଦ୍ଧିଜୀବୀ ଓ ସମାଜସେବୀ ମାନେ ମଧ୍ୟ ଆସି ଯୋଗ ଦେଇଥିଲେ।ଆଗାମୀ ଦିନରେ ପ୍ରତିବର୍ଷ ପାର୍ବତୀ ଗିରିଙ୍କ ଜୟନ୍ତୀ ପାଳନର ଦାୟିତ୍ୱ ଅଧ୍ୟାପିକା କ୍ଷୀରୋଦିନୀ ବେହେରାଙ୍କୁ ଦିଆଯାଇଛି ।

Leave A Reply

Your email address will not be published.