Latest Odisha News

BREAKING NEWS

କନ୍ଧମାଳରେ ସେବାଶ୍ରମ ଛାତ୍ରୀ ସନ୍ତାନ ପ୍ରସବ ଘଟଣା: ନବଜାତକ ଶିଶୁର ମୃତ୍ୟୁ

ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅନ୍ତର୍ଗତ ଏକ ସେବାଶ୍ରମରେ ଗତ ଜାନୁଆରୀ ୧୨ ତାରିଖରେ ଜଣେ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାରେ ସୋମବାର ଦିନ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଉକ୍ତ ଶିଶୁକନ୍ୟାର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ନାବାଳିକା ଏବଂ ତାର ନବଜାତକ ଶିଶୁକୁ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବାବେଳେ ଶିଶୁକନ୍ୟାର ଅବସ୍ଥା ଗୁରୁତର ହେବାରୁ ତାକୁ ରାତି ପ୍ରାୟ ୧୧ ଟା ୪୦ମି. ସିକ୍ ନ୍ୟୁବର୍ନ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିବା ବେଳେ ପାଖାପାଖି ରାତି ୧୨ଟା ୧୫ମି.ରେ ତା’ର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।

ଇତିମଧ୍ୟରେ ଓଡିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ପ୍ରତିନିଧି ଦଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାଡର ଲେବର ରୁମରେ ଉକ୍ତ ନାବାଳିକାଙ୍କ ସହ ସାକ୍ଷାତ କରିଛନ୍ତି ।

“ସମ୍ପୃକ୍ତ ନାବାଳିକାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା” ନେଇ ମହିଳା କଂଗ୍ରେସ ଅଧ୍ୟକ୍ଷ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.