Latest Odisha News

BREAKING NEWS

[ଭିଡ଼ିଓ] ପିପିଇ କିଟ୍ ପିନ୍ଧି ବିପୁଳ ପରିମାଣର ସୁନା ଚୋରି !

ନୂଆଦିଲ୍ଲୀ: ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଯୁବକଙ୍କ ବିରୋଧରେ ଆସିଛି କିଛି ଚକିତକର ତଥା ସଙ୍ଗୀନ ଅଭିଯୋଗ । ଜାଣି ଆଶ୍ଚର୍ଯ୍ୟ ହେବେ ଅଭିଯୁକ୍ତ ଜଣକଏକାକି ଏକ ଗହଣା ଦୋକାନରେ କଳାକନା ବୁଲାଇଥିଲା । ଆଉ ତା ପୁଣି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୧୩ କୋଟି ଟଙ୍କା ମୂଲ୍ୟର ସୁନା ଧରି ଚମ୍ପଟ୍ ମାରିଥିଲା ।

ମଙ୍ଗଳବାର ଦିଲ୍ଲୀର କାଲକାଜି ଅଂଚଳରେ ଥିବା ଏକ ଗହଣା ଦୋକାନରେ ଲୁଟ୍ ହୋଇଥିଲା । ଏକାକି ଜଣେ ମାତ୍ର ଲୁଟେରା ପିପିଇ କିଟ୍ ପିନ୍ଧି ୨୫ କିଗ୍ରା ଓଜନର ସୁନା ଧରି ଛୁ ମାରିଥିଲା । ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ସମସ୍ତ ଘଟଣା ସାମ୍ନାକୁ ଆସିଛି । ଗିରଫ ଅଭିଯୁକ୍ତ ଜଣକ ପେଶାରେ ଜଣେ ଇଲେକ୍ଟ୍ରିସିଆନ୍ ଓ ପରିଚୟ ସେଖ ନୁର୍ ।

ପୋଲିସ ରିପୋର୍ଟରୁ ଜଣାପଡିଛି ମଙ୍ଗଳବାର ରାତିରେ ଅଭିଯୁକ୍ତ ସେଖ ପିପିଇ କିଟ୍ ପିନ୍ଧି ଦଉଡି ଓ ଗ୍ୟାସ୍ କଟର୍ ଜରିଆରେ ତିନି ମହଲା ବିଶିଷ୍ଟ ଗହଣା ଦୋକାନରେ ପ୍ରବେଶ କରିଥିଲା । ବୁଧବାର ସକାଳୁ ଗହଣା ଦୋକାନର ମାଲିକ ସିସିଟିଭି ଫୁଟେଜ ଦେଖିବା ପରେ ପୋଲିସକୁ ଜଣାଇଥିଲେ ।

ସିସିଟିଭି ଫୁଟେଜରେ ଜଣାପଡିଛି ଅଭିଯୁକ୍ତ ଜଣକ ରାତି ପ୍ରାୟ ୯ଟା ୩୦ ମିନିଟରେ ଗହଣା ଦୋକାନରେ ପ୍ରବେଶ କରି ସୁନା ଧରି ବୁଧବାର ସକାଳୁ ୩ଟା ୫୦ ମିନିଟ୍ ସମୟରେ ଚମ୍ପଟ୍ ମାରିଥିଲା । ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ତା ନିକଟରୁ ସମସ୍ତ ସୁନା ଜବତ କରିବାରେ ପୋଲିସ ସଫଳ ହୋଇଛି ।

Leave A Reply

Your email address will not be published.