Latest Odisha News

BREAKING NEWS

ଲକ୍ଷାଧିକ ଟଙ୍କାର କାଠ ଜବତ 

ଆଠଗଡ଼ : ଚୋରା କାରବାରର ପର୍ଦ୍ଦାଫାସ । ଗତ ଦୁଇ ବର୍ଷ ଧରି ଚାଲିଥିବା ଚୋରା କାଠ ବେପାର ପର୍ଦ୍ଦାଫାସ କରିଛି ଆଠଗଡ଼ ବନ ବିଭାଗ । 

ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ବଡମ୍ବା ରେଞ୍ଜ ସାନବାରସିଙ୍ଗହ ଗାଁରେ ଚଢାଉ କରିଥିଲା ବନ ବିଭାଗ । ଚଢାଉରେ ଲକ୍ଷାଧିକ ଟଙ୍କାର କାଠ ଓ କରତ ଜବତ କରିଛି ବିଭାଗର ମୋବାଇଲ ସ୍କ୍ବାର୍ଡ ଟିମ୍ । ବଡମ୍ବା ରେଞ୍ଜ ଅଧିକାରୀଙ୍କ ଜାଣନ୍ତରେ ଏସବୁ ଚାଲିଥିବା ଅଭିଯୋଗ ହୋଇଛି । ନୂଆ ବନଖଣ୍ଡ ଅଧିକାରୀ ଦାୟିତ୍ବ ନେବା ପରେ ଏହା ବଡ ସଫଳତା ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.