Latest Odisha News

BREAKING NEWS

ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହିସବୁ ଜିନିଷ

ଭୁବନେଶ୍ୱର: ଆକର୍ଷଣୀୟ ଓ ଫିଟ ଦେଖାଯିବାକୁ ସମସ୍ତେ ଚାହାନ୍ତି। ଆଜିର ସମୟରେ ମେଦବହୁଳତା ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଆଜିବି କିଛି ଲୋକ ନଜ୍ଜ କମ୍ ଓଜନକୁ ନେଇ ଚିନ୍ତାରେ ରାହିଛନ୍ତି। ତେବେ ଆପଣ ମଧ୍ୟ ଯଦି ନିଜର ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ…

ଅଣ୍ଡା: ଓଜନ ବଢାଇବାକୁ ଚାହୁଁଥିଲେ ପ୍ରତିଦିନ ଖାଆନ୍ତୁ ଅଣ୍ଡା। ଅଣ୍ଡାରେ ଭିଟାମିନ୍-ଏ,ଡି, ମ୍ୟାଗନେସିୟମ୍, ସୋଡିୟମ୍, ପୋଟାସିୟମ୍ ଭଳି ମିନେରାଲ୍ସ ରହିଛି। ପ୍ରତିଦିନ ଅଣ୍ଡା ଖାଇଲେ ଓଜନ ବଢେ କିନ୍ତୁ ସନ୍ତୁଳିତ ମାତ୍ରାରେ ଖାଇବା ଉଚିତ। ଅଧିକ ମାତ୍ରାରେ ଅଣ୍ଡା ସେବନ ଶରୀରକୁ ଗରମ କରିଥାଏ।

କଦଳୀ: ଓଜନ ବଢାଇବା ପାଇଁ କଦଳୀ ସେବନ ସବୁଠାରୁ ଉତ୍ତମ। କଦଳୀ ସ୍ୱାସ୍ଥ୍ୟ ପାଇଁ ହିତକର। କଦଳୀ ଖାଇଲେ ସହଜରେ ଓଜନ ବୃଦ୍ଧି ପାଇଥାଏ। ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ସହ କଦଳୀ ଖାଇବା ଦ୍ୱାରା ଓଜନ ଶୀଘ୍ର ବଢିଥାଏ। ଶରୀର ମଧ୍ୟ ସୁସ୍ଥ ରହିଥାଏ। କଦଳୀ ପାଚନ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ।

ନଡ଼ିଆ କ୍ଷୀର: ନଡ଼ିଆ କ୍ଷୀରରେ କ୍ୟାଲୋରୀ ଅଛି। ଭୋଜନରେ ନଡ଼ିଆ କ୍ଷୀର ବା ନଡ଼ିଆ ରସ ବ୍ୟବହାର କଲେ ଏହା ଶରୀରରେ କ୍ୟାଲୋରୀ ମାତ୍ରା ବୃଦ୍ଧି କରିଥାଏ। ନଡ଼ିଆ ରସ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

ପେସ୍ତା ବାଦାମ: ପେସ୍ତା ବାଦାମରେ ଅନେକ ପ୍ରକାର ପୋଷାକ ତତ୍ତ୍ୱ ରହିଛି। ପେସ୍ତା ବାଦାମ ସମସ୍ତଙ୍କ ପାଇଁ ଉପଯୁକ୍ତ। କିନ୍ତୁ ସନ୍ତୁଳିତ ମାତ୍ରାରେ ହିଁ ଖାଇବା ଉଚିତ। ଏହା ଶରୀରର ତନ୍ତ୍ର ବିକାଶ ପାଇଁ ଆବଶ୍ୟକ। ପ୍ରତିଦିନ ୪ଟି ପେସ୍ତା ବାଦାମ ଖାଇଲେ ଶାରୀରିକ ବିକାଶ ହୋଇଥାଏ।

Leave A Reply

Your email address will not be published.