Latest Odisha News

BREAKING NEWS

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଗ୍ନିକାଣ୍ଡ: ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୁନେ: ପୁନେର ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ଜୀବନ ଯାଇଛି। ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ମାନେ ମଧ୍ୟ ଦୁଖଃ ପ୍ରକାଶ କରିଛନ୍ତି।

ମୃତ ବ୍ୟକ୍ତିଙ୍କ ପାଇଁ ସେରମ୍‌ ଇନଷ୍ଟିଚ୍ୟୁଟ ଶୋକ ପ୍ରକାଶ କରିଥିବା ବେଳେ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛି। ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ସାଇରସ୍‌ ପୁନାଓ୍ବାଲା। ଏହା ସହ ନିୟମ ଅନୁସା​‌ରେ ସମସ୍ତ ପ୍ରକାର କ୍ଷତିପୂରଣ ଦେବାକୁ କମ୍ପାନୀ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି ସାଇରସ୍‌ ପୁନାଓ୍ବାଲା।

Leave A Reply

Your email address will not be published.