ବ୍ୟୁରୋ: ଅନିଚ୍ଛାକୃତ ଗର୍ଭଧାରଣ ଯୋଗୁ ସମୟ ପୂର୍ବରୁ ପ୍ରସବ ହେବାର ଆଶଙ୍କା ରହିଛି । ୩୭ଟି ନିମ୍ନ ଓ ମଧ୍ୟମ ଆୟ ବିଶିଷ୍ଟ ଦେଶରେ ୯ଲକ୍ଷରୁ ଅଧିଳ ଗର୍ଭାବସ୍ଥା ଉପରେ କରାଯାଇଥିବା ଏକ ବୃହତ ଅଧ୍ୟୟନରୁ ଏହା ଜଣାପଡିଛି । ଟାର୍ଗେଟ୍ ଟ୍ରାଏଲ ଏମ୍ୟୁଲେସନ ପଦ୍ଧତି ବ୍ୟବହାର କରି ଗବେଷକ ମାନେ ଜାଣିବାକୁ ପାଇଛନ୍ତି ଯେ ଅପ୍ରତ୍ୟାଶିତ ଗର୍ଭଧାରଣ ପିଲାର ଅକାଳ ଜନ୍ମର ୨୬.୭ ପ୍ରତିଶତ ବୃଦ୍ଧି ବିପଦ ସହ ଜଡିତ । ଅପ୍ରତ୍ୟାଶିତ ଗର୍ଭଧାରଣକୁ ବିଶ୍ୱସ୍ତରରେ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଛି । ୧୫ରୁ ୪୯ବର୍ଷ ବୟସ୍କ ୬ଲକ୍ଷ ୩୫ହଜାର୧୩୯ ମହିଳାଙ୍କର ୯ଲକ୍ଷ ୧୧ହଜାର ୪୨୩ଟି ଗର୍ଭଧାରଣ ଘଟଣାକୁ ଅଧ୍ୟୟନ କରି ୩୭ଟି ନିମ୍ନ ଓ ମଧ୍ୟମ ଆୟ ବିଶିଷ୍ଟ ଦେଶର ୧୯୯୭ରୁ ୨୦୨୧ ମଧ୍ୟରେ ସଂଗୃହିତ ଜନସାଂଖିକ ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ତଥ୍ୟର ବିଶ୍ଳେଷଣ କରିଥିଲେ । ଏହି ଗର୍ଭଧାରଣ ମଧ୍ୟରୁ ୨୨.୬ ପ୍ରତିଶତ ଗର୍ଭଧରଣ ଥିଲା ଅନିଚ୍ଛାକୃତ । ଅଧ୍ୟୟନରେ ସମସ୍ତ ଜେନେଟିକ୍ ସମସ୍ୟା ସହ ଉଦ୍ଦେଶ୍ୟମୂଳକ ଏବଂ ଅନିଚ୍ଛାକୃତ ଗର୍ଭଧାରଣ ମଧ୍ୟରେ ସନ୍ତୁଳନ କରିବା ପାଇଁ ପରିସଂଖ୍ୟାନଗତ ଓଜନ ବ୍ୟବହାର କରାଯାଇଥିଲା । ଇଚ୍ଛାକୃତ ଗର୍ଭଧାରଣ ତୁଳନାରେ ଅନିଚ୍ଛାକୃତ ଗର୍ଭଧାରଣରେ ୨୬.୭ ପ୍ରତିଶତ ଅକାଳ ପ୍ରସବର ଭୟ ରହିଛି । ମୋଟାମୋଟି ଗବେଷକମାନେ ଦେଖିବାକୁ ପାଇଲେ ଯେ, ଇଚ୍ଛାକୃତ ପ୍ରେଗନେନ୍ସି କ୍ଷେତ୍ରରେ ୩.୯୬ ପ୍ରତିଶତ ତୁଳନାରେ ଅନିଚ୍ଛାକୃତ ପ୍ରେଗନେନ୍ସି ୪.୩୮ ପ୍ରତିଶତ ଅଧିକ ଅକାଳ ଜନ୍ମର ଆଶଙ୍କା ରହୁଛି । ଏହି ଗବେଷଣା କମ୍ ଓଜନର ଛୁଆ ଜନ୍ମ ବିଷୟରେ ନଥିଲା ବରଂ ଅକାଳ ଜନ୍ମ ଉପରେ ଥିଲା । ଅନିଚ୍ଛାକୃତ ଗର୍ଭଧାରଣ ଓ ସମୟ ପୂର୍ବରୁ ପ୍ରସବ ମଧ୍ୟରେ ଥିବା ସମ୍ପର୍କରେ ଅନେକ ପ୍ରକାର ଭୂମିକା ରହିଛି । ତେଣୁ ମା ଓ ପିଲାର ସୁନ୍ଦର ଓ ସୁର କ୍ଷିତ ଭବିଷୟତ ପାଇଁ ଯୋଜନା ବଦ୍ଧ କିମ୍ବା ଇଚ୍ଛାକୃତ ଗର୍ଭଧାରଣା ବେଶ ଗୁରୁତ୍ୱପୂର୍ଣ୍ଣ
BREAKING NEWS
- ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ
- ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କଂଗ୍ରେସର ରେଳରୋକ୍
- ଆରପାରିରେ ବଲିଉଡ ଭେଟେରାନ ଅଭିନେତା ନାନା ପାଟେକର; ୭୫ ବର୍ଷରେ ଗୋଆରେ…
- ଆଫଗାନିସ୍ତାନରେ ତାଲିବାନର ନିଷ୍ଠୁରତା: ୬୫ରୁ ଅଧିକ ବାଦ୍ୟଯନ୍ତ୍ର ପୋଡ଼ିଲେ ତାଲିବାନ୍
- କାଠଯୋଡ଼ି ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ;ପରିଚୟ ଅସ୍ପଷ୍ଟ,ହତ୍ୟା ସନ୍ଦେହ
- ଜାତୀୟ ଟାଏକୋଣ୍ଡୋ ଚାମ୍ପିୟନସିପ: ଓଡିଶା ଟିମ ଜିତିଲା ୪୯ ପଦକ
- NSA-level India-Canada Security Dialogue:ଭାରତ-କାନାଡ଼ା NSAସ୍ତରୀୟ ସୁରକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଆତଙ୍କବାଦ ବିରୋଧରେ ଉଭୟ ପକ୍ଷ ସହଯୋଗକୁ ସୁଦୃଢ଼ କରିବେ
- PM Modi meets LK Advani:ଆଡଭାନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପିଏମ୍ ମୋଦୀ;କହିଲେ- ଦେଶ ପାଇଁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି
- ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକଙ୍କ ପାଇଁ ସରକାର ଗଠନ କଲେ କମିଶନ
- ପୁଣି ଡ୍ରପ୍ ହେଲେ ବି ଫରକ ପଡ଼ିବନି,ମନର କଥା ଖୋଲି କହିଲେ ଇଶାନ

Comments are closed.