Latest Odisha News

BREAKING NEWS

କର୍ଣ୍ଣାଟକର ଏକ ରେଳବାଇ କ୍ରସର୍‌ସ୍ଥଳରେ ବିସ୍ଫୋରଣ; ୮ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲା ଅନ୍ତର୍ଗତ ହୁନାସୋଡୁ ଗ୍ରାମ ପାଖରେ ଥିବା ଏକ ରେଳବାଇ କ୍ରସ୍‌ର ପରିସରରେ ଗତ ରାତିରେ ଡ଼ିନାମଇଟ ବିସ୍ଫୋରଣ ଘଟି ୮ ଜଣଙ୍କର ଜୀବନ ଯାଇଛି। ଏନେଇ ସ୍ଥାନୀୟ ଜିଲ୍ଲାପାଳ କେବି ଶିବକୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଗତକାଲି ରାତି ପ୍ରାୟ ୧୦.୩୦ରେ ଗେଙ୍ଗୁଟି ଓ ଡେଣୁଆ ଭଳି ପଥରଖଣ୍ଡ ଚୂନା କରାଯାଉଥିବା ପରିସର ପାଖରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ହୋଇଥିଲା। ଏଥିରେ ସମଗ୍ର ଜିଲ୍ଲା ଦୋହଲି ଯାଇଥିବା କୁହାଯାଉଛି। ଏପରିକି ବହୁ ଘରର ଝରକା କାଚ ଭାଙ୍ଗି ଚୂନା ଚୂନା ହୋଇଯାଇଥିବା ବେଳେ ରାସ୍ତାଘାଟରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ସୂଚନା ମିଳିଛି।

ଏହି କମ୍ପନକୁ ପ୍ରଥମେ ଭୂକମ୍ପ ବୋଲି ଧରି ସନ୍ଦେହ କରାଯାଇଗଥିବା ବେଳେ ଭୂତତ୍ତ୍ୱବିତ୍‌ ମାନେ ଏହାକୁ ଖଣ୍ଡନ କରିଥିଲେ।

ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଏହା ଭୂମିକମ୍ପ ନୁହେଁ, ଗ୍ରାମୀଣ ଥାନା ଅନ୍ତର୍ଗତ ଶିବମୋଗ୍ଗା ଉପକଣ୍ଠସ୍ଥିତ ହୁନସୁରରେ ଘଟିଥିବା ଏକ ବିସ୍ଫୋରଣର ଶବ୍ଦ।

ଅନ୍ୟ ଜଣେ ପୁଲିସ ଅଧିକାରୀ କହିବା ଅନୁସାରେ, ଜେଲାଟିନ୍‌ ଷ୍ଟିକ୍‌ (ବିସ୍ଫୋରକ) ଯାଉଥିବା ଏକ ଲରି ଟ୍ରକ୍‌ରେ ଏହି ବିସ୍ଫୋରଣ ଘଟିଛି। ସେ ଟ୍ରକ୍‌ରେ ଥିବା ଛଅଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଆଖପାଖ ଅଞ୍ଚଳରେ ଏହି ବିସ୍ଫୋରଣ ସୃଷ୍ଟ କମ୍ପନ ଅନୁଭୂତ ହୋଇଥିଲା। ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧିପାଇ ପାରେ। ଉକ୍ତ କ୍ରସର୍‌ ପରିସରରେ ସାଧାରଣତଃ ୫୦ ବାକ୍ସ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ଥାଏ।

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ ଆହୁରି ବିସ୍ଫୋରଣ ଘଟିବା ଆଶଙ୍କା ଦର୍ଶାଇ ଏକ ସ୍ୱତନ୍ତ୍ର ବମ୍‌ ସ୍କ୍ଵାଡ୍‌ ପଠାଯାଇଛି।

Leave A Reply

Your email address will not be published.