Latest Odisha News

ବିବାହ ପ୍ରସ୍ତୁତି ପାଇଁ ଆଲିବାଗ ପହଞ୍ଚିଲେ ନତାଶା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଏକ ବଡ଼ ଗୁଜବ ସୃଷ୍ଟି ହୋଇଛି। ଜାନୁଆରୀ ୨୪ ରେ ମୁମ୍ବାଇ ନିକଟ ଆଲିବାଗ ନିକଟ ମେନ୍‌ସନ୍‌ ହାଉସରେ ବରୁଣ ଏବଂ ନତାଶା ସାତ୍‌ ଫେରେ ନେବାକୁ ଯାଉଛନ୍ତି। ଉଭୟଙ୍କ ବିବାହ କିପରି ହେବ, କେଉଁ ସେଲିବ୍ରେଟିମାନେ ଏହି ବିବାହରେ ଯୋଗଦେବେ ତାହାକୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି।

ସୂଚନା ଅନୁଯାୟୀ, ଉଭୟଙ୍କ ବିବାହ ରୀତିନୀତି ଅନୁଯାୟୀ ଜାନୁୟାରୀ ୨୨ ରୁ ଆରମ୍ଭ ହେବ। ଏହାପୂର୍ବରୁ ନତାଶା ଦଲାଲ ତାଙ୍କ ପରିବାର ସହିତ ଆଲିବାଗ ଅଭିମୁଖେ ଯାତ୍ରା କରିଛନ୍ତି। ନତାଶାଙ୍କ କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଘରୁ ସିଧାସଳଖ କାରରେ ବସିଥିବାର ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ନତାଶା ସାଦା ପୋଷାକ ପିନ୍ଧିଥିଲେ।

Comments are closed.