ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ରିଷି କପୁରଙ୍କ ମୃତ୍ୟୁ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଥିଲା। ଅଭିନେତାଙ୍କୁ ମନେ ପକାଇ ତାଙ୍କ ପରିବାର ଏବଂ ପ୍ରଶଂସକମାନେ କ୍ରମାଗତ ଭାବରେ ପୋଷ୍ଟ ସେୟାର କରୁଥିବା ଦେଖିବାକୁ ମିଳିଥିଲା। ଆଜି ରିଷି କପୁର ଏବଂ ନିତୁ ସିଂଙ୍କ ୪୧ତମ ବିବାହ ବାର୍ଷିକୀ। ଯଦିଓ ରିଷି କପୁର ଆଜି ତାଙ୍କ ସହ ନାହାଁନ୍ତି, ତଥାପି ସେ ତାଙ୍କୁ ଗୋଟିଏ କ୍ଷଣ ପାଇଁ ବି ଭୁଲି ନାହାଁନ୍ତି। ଏହି ବିଶେଷ ଅବସରରେ ନୀତୁ ସିଂ ସ୍ୱାମୀ ରିଷି କପୁରଙ୍କୁ ବେଶ୍ ମନେ ପକାିଛନ୍ତି। ଏଥି ସହିତ, ସେ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ିଛନ୍ତି।
ବିବାହ ବାର୍ଷିକୀ ଅବସରରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରିବାବେଳେ ନୀତୁ ଏକ ବ୍ରୋକେନ୍ ହାର୍ଟର ଇମୋଜି ଦେଇ ଲେଖିଛନ୍ତି ଯେ “ଆଜି ୪୧ ବର୍ଷ ହୋଇଥାନ୍ତା ….”। ଏହାଛଡ଼ା ଭିଡିଓରେ ନୀତୁ ଏବଂ ରିଷି କପୁରଙ୍କ ମଧ୍ୟରେ ଅନେକ ସୁନ୍ଦର ମୁହୂର୍ତ୍ତ ଏଥିରେ ଦେଖିବାକୁ ମିଳିଛି। ଏଥିସହ ଏଥିରେ ସମସ୍ତ ଚଳଚ୍ଚିତ୍ରର ଦୃଶ୍ୟ ରହିଛି ଯେଉଁଥିରେ ନୀତୁ କପୁର ଏବଂ ରିଷି କପୁର ଏକାଠି ଅଭିନୟ କରିଥିଲେ।
ନୀତୁ କପୁରଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓକୁ ପ୍ରଶଂସକମାନେ ଉପଭୋଗ କରୁଛନ୍ତି। ଏଥିସହିତ ସେ କେବଳ ରିଷି କପୁରଙ୍କୁ ମନେ ପକାଉ ନାହାନ୍ତି , ବରଂ ତାଙ୍କୁ ବିବାହ ବାର୍ଷିକୀ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଗତ ବର୍ଷ ଏପ୍ରିଲ ୩୦ ରେ ରିଷି କପୁରଙ୍କ ଦେହାନ୍ତ ହୋଇଥିଲା।
Comments are closed.