Latest Odisha News

BREAKING NEWS

ପଶ୍ଚିମବଙ୍ଗ ନିର୍ବାଚନ: ଇସ୍ତଫା ଦେଲେ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ଏବଂ ମମତା ବାନାର୍ଜୀଙ୍କ ପାଇଁ ସବୁ କିଛି ଠିକ୍ ନାହିଁ । ତୁଙ୍ଗ ନେତା ଖୋଲାଖୋଲି ଭାବେ ବିଦ୍ରୋହ କରିବା ପରେ ଅନେକ ଦଳ ଛାଡୁଛନ୍ତି ଏବଂ ଇସ୍ତଫା ଦେଉଛନ୍ତି । ଏହି ଧାରାରେ ସାମିଲ ହେଇଛନ୍ତି ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ସେ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । କଣ ପାଇଁ ଇସ୍ତଫା ଦେଲେ ସେ ଜଣାଇ ନାହାନ୍ତି ।

ତାଙ୍କ ପୂର୍ବରୁ ଅନ୍ୟ ୩ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ସୋଭନ ଚାଟାର୍ଜୀ ଓ ଲକ୍ଷ୍ମୀରତନ ଶୁକ୍ଲା ଦଳ ଛାଡିଥିଲେ । ରାଜୀବ ଇସ୍ତଫା ଦେବା ପରେ ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ଭେଟିଥିଲେ । ସେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ତେବେ ସେ ବିଜେପିରେ ଯୋଗ ଦେବେ କି ନାହିଁ ସେ ସମ୍ପର୍କରେ କିଛି କହି ନାହାନ୍ତି । ଟିଏମସି ଗଡ ଭାଙ୍ଗିବାରେ ବିଜେପି ଆପ୍ରାଣ ଉଦ୍ୟମ କରୁଛି ।

Leave A Reply

Your email address will not be published.