Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ରୋନାଲ୍ଡ଼ୋଙ୍କ ହାଟ୍ରିକ୍ ରେ ଡ୍ର ରହିଲା ମ୍ୟାଚ !

ମସ୍କୋ : ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଦୁଇ ଶକ୍ତିଶାଳୀ ଟିମ୍ ପର୍ତ୍ତୁଗାଲ ଓ ସ୍ପେନ ୩-୩ ଗୋଲରେ ବରାବର ରହିଲା । ଏହି ମ୍ୟାଚରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ଼ୋଙ୍କ ହ୍ର୍ୟାଟ୍ରିକ ଗୋଲ ବିଜୟୀ କରିପାରିଲାନି ପର୍ତ୍ତୁଗାଲ ଦଳକୁ ।

ଏହି ମ୍ୟାଚରେ ବିଶ୍ୱର ସମସ୍ତ ଫୁଟବଲପ୍ରେମୀଙ୍କ ନଜର ରହିଥିଲା ପର୍ତ୍ତୁଗାଲର ଷ୍ଟାର୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡ଼ୋଙ୍କ ଉପରେ । ଖେଳ ଆରମ୍ଭରୁ ରୋନାଲ୍ଡ଼ୋ ଆରମ୍ଭ କରିଥିଲେ ଆକ୍ରମଣ । ଖେଳର ୪ର୍ଥ ମିନିଟରେ ହିଁ ରୋନାଲ୍ଡ଼ୋ ଏକ ଗୋଲ୍ ଦେଇଥିଲେ । କିନ୍ତୁ ଏହି ଖୁସି ବେଶୀ କ୍ଷଣ ରହିପାରିନଥିଲା । ସ୍ପେନୀୟ ଖେଳାଳି ଡିଏଗୋ କୋଷ୍ଟା ମ୍ୟାଚର ୨୪ତମ ମିନିଟରେ ଏହାକୁ ସୁଝାଇ ଦେଇଥିଲେ । ତେବେ ରୋନାଲଡ଼ୋ ପୁନର୍ବାର ଗୋଲ ଦେଇଥିଲେ ମଧ୍ୟ ସ୍ପେନୀୟ ଷ୍ଟ୍ରାଇକର୍ ତିନୋଟି ଗୋଲ୍ ସୁଝାଇ ଦେବାକୁ ସକ୍ଷମ ହୋଇଥିଲେ ।

ତେବେ କଥାହେଲା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚଟିରେ ଉଭୟ ଦଳ ପରସ୍ପର ଉପରେ ଘନଘନ ଆକ୍ରମଣ ଜାରି ରଖିଥିଲେ । ଦୁର୍ବଳ ସୁଯୋଗକୁ ସଦୁପଯୋଗ କରିବାକୁ ଖେଳାଳିମାନେ ପରିଶ୍ରମ କରୁଥିବାର ଦେଖାଯାଇଥିଲା । ଏହି ମ୍ୟାଚଟିରେ ଏକାଧିକ ଫାଉଲ୍ ଯୋଗୁଁ ରେଫରୀ ଉଭୟ ଦଳର କ୍ୟାପଟେନଙ୍କୁ ତାଗିଦ କରିଥିଲେ । ଷ୍ଟାଡ଼ିୟମରେ ଉପସ୍ଥିତ ସମସ୍ତ ଦର୍ଶକ ଫୁଟବଲର ଭରପୁର ମଜ୍ଜା ନେଇଥିଲେ ।

Leave A Reply

Your email address will not be published.