Latest Odisha News

BREAKING NEWS

ଅରଟେଲ୍ ଅଫିସ ଚଢଉ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର : କମିଶନରେଟ ପୋଲିସ ଶନିବାର ଦିନ ଏଠାକାର ଚନ୍ଦ୍ରଶେଖରପୁର ସ୍ଥିତ ଅରଟେଲ କମ୍ୟୁନିକେସନ ମୁଖ୍ୟ କାର୍ଯ୍ୟାଳୟ ଉପରେ ଚଢଉ କରିଛି ।

ଏସିପି ରବିନ୍ଦ୍ରନାଥ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ଯାଇ ଚନ୍ଦ୍ରଶେଖରପୁର ସ୍ଥିତ ଅରଟେଲ କାର୍ଯ୍ୟାଳୟ ଚଢଉ କରିବା ସହ ବିଭିନ୍ନ କାଗଜପତ୍ର ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ତନଖି କରିଛନ୍ତି ।

ଶୁକ୍ରବାର ଦିନ ସୋନୀ ନେଟୱର୍କ ପକ୍ଷରୁ କଣ୍ଟ୍ରାକ୍ଟ ଖିଲାପ କରିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଥିଲା ।

କଣ୍ଟ୍ରାକ୍ଟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ଅରଟେଲ କମ୍ୟୁନିକେସନ ଏହାର ଖିଲାପ କରି ତାହାର ଚ୍ୟାନେଲକୁ ବାରମ୍ବାର ପ୍ରସାର କରିଚାଲୁଥିବାର ଅଭିଯୋଗ ଆଣିଥିଲେ ସୋନୀ ନେଟୱର୍କର କର୍ତ୍ତୃପକ୍ଷ ।

 

 

କିନ୍ତୁ ଅନ୍ୟପକ୍ଷରେ ଅରଟେଲ କର୍ତ୍ତୃପକ୍ଷ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଦୁର୍ଭାଗ୍ୟଜନକ । ପ୍ରସାରଣ ସମ୍ପର୍କରେ କିଛି ଆଲୋଚନା ନ’କରି ସୋନୀ ନେଟୱର୍କର କାର୍ଯ୍ୟକର୍ତ୍ତା ସିଧାସଳଖ ଥାନାରେ ଅଭିଯୋଗ କରିଛନ୍ତି । ଏହାଦ୍ୱାରା କମ୍ପାନୀର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା ଚାଲିଛି ।

ଏହା ସମ୍ପର୍କରେ ଡ଼ିସିପି ଅନୁପ ସାହୁ କହିଛନ୍ତି, “ଏହା ଏକ ବୈଷୟିକ ପ୍ରସଙ୍ଗ, ଏହାର ତଦନ୍ତ ଚାଲିଛି ।”

Leave A Reply

Your email address will not be published.