Latest Odisha News

BREAKING NEWS

ଚିଲିକାରେ ମର୍ମନ୍ତୁଦ ଡ଼ଙ୍ଗା ଦୁର୍ଘଟଣା: ନାବାଳିକା ମୃତ, ୮ଜଣ ନିଖୋଜ

ବାଲୁଗାଁ : ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଶନିବାର ସନ୍ଧ୍ୟାରେ ଏକ ଡ଼ଙ୍ଗା ଦୁର୍ଘଟଣା ଘଟି ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ନିଖୋଜ ଅଛନ୍ତି । ଏକ ପର୍ଯ୍ୟଟକ ଡ଼ଙ୍ଗା କାଳିଯାଇ ନିକଟରେ ବୁଡ଼ି ଯିବାରୁ ଏଥିରେ ଥିବା ଯାତ୍ରୀମାନେ ଭାସିଯାଇଥିଲେ ।

ଘଟଣାର ଖବର ପାଇ ବାଲୁଗାଁ ଦଳକଳ ବାହିନୀ ଏବଂ ଓଡ୍ରାଫ ଟିମ ୮ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିପାରିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।

ସୂତ୍ରରୁ ଜଣାପଡ଼ିଛି, ଖୋର୍ଦ୍ଦା ଜିଲ୍ଲା ବାଲୁଗାଁରୁ ୧୬ ଜଣ ଯାତ୍ରୀଙ୍କୁ ନେଇ ଏକ ପର୍ଯ୍ୟଟନ ଡ଼ଙ୍ଗା ୩ଟା ବେଳେ କାଳିଯାଇ ଯାଇଥିଲେ । କାଳିଯାଇରୁ ଦର୍ଶନ ସାରି ଫେରୁଥିବା ବେଳେ ଡ଼ଙ୍ଗାଟି ହ୍ରଦ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ି ଯାଇଥିଲା । ଘଟଣାସ୍ଥଳରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଖବର ମିଳିବା ପର୍ଯ୍ୟନ୍ତ ନିଖୋଜ ଥିବା ୮ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରିରଖିଛନ୍ତି ଉଦ୍ଧାରକାରୀ ଦଳ ।

ମିଳିଥିବା ସୂଚନାନୁଯାୟୀ ମୃତା ନାବାଳିକା ଜଣକ ହେଲେ ନୟାଗଡ଼ ଶରଣକୂଳ ଥାନା ଅନ୍ତର୍ଗତ ତିନିସରା ଗ୍ରାମର ରବିନାରାୟଣ ଦାସଙ୍କ କନ୍ୟା ଶ୍ରଦ୍ଧାଞ୍ଜଳି ଦାସ ।

Leave A Reply

Your email address will not be published.