Latest Odisha News

ବିରାଟଙ୍କ ଶତକ ଓ ଧୋନୀଙ୍କ ଧୁଆଁଧାର ବ୍ୟାଟିଂରେ ଭାରତର ଚମତ୍କାର ବିଜୟ

ଆଡ଼ିଲେଡ଼: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡ଼ିଲେଡ଼ଠାରେ ଅନୁଷ୍ଠିତ ହୋଇଥିବା ୨ୟ ଏକଦିବସୀୟ ଆନ୍ତର୍ଜାତୀକ ଦିବାରାତ୍ର ମ୍ୟାଚରେ ଭାରତ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୯୮/୯ ସ୍କୋର କରିଥିବା ବେଳେ ଭାରତ ୪ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ୨୯୯ ସ୍କୋର କରିପାରିଛି ।

ଅନ୍ତିମ ଓଭରରେ ଭାରତକୁ ବିଜୟ ହାସଲ ଲାଗି ୭ ରନ ଥିବା ବେଳେ କ୍ରିଜରେ ଥିବା ଦୁଇ ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନୀ ଓ ଦିନେଶ କାର୍ତ୍ତିକ ଜିତାଇ ପାରିଥିଲେ । ଶେଷ ଓଭରରେ ଧୋନୀଙ୍କ ଏକ ବିଶାଳ ଛକ୍କା କଙ୍ଗାରୁ ଦଳର ବିଜୟ ଆଶାକୁ ମଉଳାଇ ଦେଇଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ଚମତ୍କାର ୪୧ ରନ ଏବଂ କପ୍ତାନ ବିରାଟ କୋହଲୀଙ୍କ ଶତକୀୟ ଇନିଂସ ବଳରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିପାରିଛି ।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଶ ୧୩୧ ରନ ଓ ମାକ୍ସୱେଲ ୪୮ ରନ କରିଥିଲେ । ଭାରତୀୟ ବୋଲର୍ ଭୁବନେଶ୍ୱର କୁମାର ୪୫ ରନରେ ୪ଟି ମୂଲ୍ୟବାନ ୱିକେଟ ହାସଲ କରିଥିଲେ । ଅନ୍ୟତମ ବୋଲର୍ ମହମ୍ମଦ ସାମି ୩ଟି ଏବଂ ରବୀନ୍ଦ୍ର ଜାଡ଼େଜା ଗୋଟିଏ ୱିକେଟ ହାସଲ କରିଥିଲେ ।

 

ଭାରତୀୟ ବ୍ୟାଟ୍ସମ୍ୟାନ ଆରମ୍ଭରୁ ସତର୍କତାର ସହିତ ବ୍ୟାଟିଂ ଆରମ୍ଭ କରିଥିଲେ । ଓପନର୍ ରୋହିତ ଶର୍ମା ୨ଟି ଛକା ଓ ୨ଟି ଚୌକା ସହିତ ୪୩ ରନ କରିଥିଲେ । ଶିଖର ଧାୱନ ୩୨, ବିରାଟ କୋହଲୀ ୧୦୪, ଅମ୍ବାତି ରାୟଡୁ ୨୪, ମହେନ୍ଦ୍ର୍ ସିଂହ ଧୋନୀ ୪୧ ରନ ଏବଂ ଦିନେଶ କାର୍ତ୍ତିକ ୧୬ ରନ ସ୍କୋର କରିଥିଲେ ।

Leave A Reply

Your email address will not be published.