Latest Odisha News

ଆସନ୍ତୁ ଜାଣିବା କିପରି ବ୍ରିଟେନର ଏସଏଏସ ଯବାନ ଗୋଟିଏ ଗୁଳିରେ ୫ ଆଇଏସଆଇଏସ ଆତଙ୍କବାଦୀଙ୍କୁ ମାରିଲେ

ଲଣ୍ଡନ: ବ୍ରିଟେନର ସ୍ପେଶାଲ ଏୟାର ସର୍ଭିସ(ଏସଏଏସ)ର ଜଣେ ଯବାନ ରବିବାର ସିରିୟାରେ ୯୦୦ ମିଟର ଦୂରତାରୁ ୫ ଆଇଏସଆଇଏସ ଆତଙ୍କବାଦୀଙ୍କୁ ମାରିଛନ୍ତି । ତେବେ ମନରେ ପ୍ରଶ୍ନ ଉଠିବ ଯେ, ଗୋଟିଏ ଗୁଳିରେ କିପରି ୫ଜଣ ମଲେ ? ଡେଲି ମେଲ ରିପୋର୍ଟ ଅନୁସାରେ ସିରିୟାରେ ଆଇଏସଆଇଏସ ଆତଙ୍କବାଦୀଙ୍କ ଉପରେ କଡା ନଜର ରଖିଥିଲେ ଏସଏଏସର ଯବାନମାନେ ।

୯୦୦ ମିଟର ଦୂତାରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ଭିଡିଓରେ ନିଜ ବାର୍ତା ରେକର୍ଡ କରି ବିସ୍ଫୋଟ କରାଇବା ପାଇଁ ବାହାରୁଥିଲା । ସେହି ସମୟରେ ସ୍ନାଇପରଜଣକ ତାଙ୍କୁ ଟାର୍ଗେଟ କରି ଗୁଳି ମାରିଥିଲେ । ସାମନ୍ୟ ଭୁଲ ହେବାରୁ ଗୁଳିଟି ଆତଙ୍କବାଦୀର ବିସ୍ଫୋଟକ ଥିବା ଜ୍ୟାକେଟରେ ବାଜିଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ୪ଜଣ ମଧ୍ୟ ଏଥିରେ ମୃତ୍ୟୁବରଣ କରିଥିଲେ ।

Comments are closed.