Latest Odisha News

BREAKING NEWS

କନ୍ନଡ ଅଭିନେତ୍ରୀ ଜୟଶ୍ରୀ ରମୈୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡର ଲୋକପ୍ରିୟ କଳାକାର ଜୟଶ୍ରୀ ରମୈୟା ବାଙ୍ଗାଲୋରରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କ ଶବତ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ପ୍ରାରମ୍ଭିକ ତଦନ୍ତରେ ଜୟଶ୍ରୀ ମାନସିକ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡିଛି । କନ୍ନଡ ବିଗ ବସରେ ଅଭିନୟ କରିଥିବା ଏହି କଳାକାରଙ୍କ ଚିକିତ୍ସା ସନ୍ଧ୍ୟା କିରଣ ଆଶ୍ରମରେ ଚାଲିଥିଲା ।

କିଛି ଦିନ ତଳେ ସେ ଜୀବନ ପ୍ରତି ନିରାଶ ଥିବା ଦର୍ଶାଇବା ସହ ଇଚ୍ଛାମୃତ୍ୟୁ ଚାହିଥିଲେ । ପରେ ସେ ତାଙ୍କୁ ଏହି ମେସେଜକୁ ସୋସିଆଲ ସାଇଟରୁ ଡିଲିଟ କରି ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.