Latest Odisha News

BREAKING NEWS

ଏଣିକି କାଠରେ ନୁହେଁ ଗୋବର ଘସିରେ କରାଯିବ ଶବ ସତ୍କାର

ନୂଆଦିଲ୍ଲୀ : ଏଣିକି ଦିଲ୍ଲୀରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ । ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ(ଏସ୍‌ଡିଏମ୍‌ସି) ଅଧୀନରେ ଥିବା ଅଞ୍ଚଳରେ ଏଭଳି କରାଯିବ ଶବ ସତ୍କାର । ବିଜେପି ନେତୃତ୍ୱାଧୀନ ଏସଡିଏମସି ହାଉସରେ ଚଳିତ ସପ୍ତାହରେ ହୋଇଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ବୋଲି ଏକ ବିବୃତି ଜାରି କରାଯାଇ କୁହାଯାଇଛି।

ଏସ୍‌ଡିଏମ୍‌ସି ଅଧୀନରେ ଥିବା ଅଞ୍ଚଳରେ କାଠ ବଦଳରେ ଘସିରେ ଅନ୍ତିମ ସତ୍କାର କରାଯିବ । ଏସ୍‌ଡିଏମ୍‌ସି ଶବଦାହ କେନ୍ଦ୍ରରେ କାଠ, ଘସି ଓ ନଡ଼ା  ଆଦି ଉପଲବ୍ଧ ରହିବ ବୋଲି ଦକ୍ଷିଣ ଦିଲ୍ଲୀର ମେୟର ଅନାମିକା କହିଛନ୍ତି ।

ଘସିଗୁଡ଼ିକର ଆକାର କ୍ଷୁଦ୍ରତମ ହୋଇଥିବାରୁ ଲୋକମାନେ ବେଶି କାଠକୁ ପସନ୍ଦ କରିଥାନ୍ତି । ସେହି କାରଣରୁ ଏବେ ଗୋବରରେ କାଠ ଗଣ୍ଡି ଆକାରର ଜାଳେଣି ପ୍ରସ୍ତୁତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏହି ଗୋବର ନିର୍ମିତ ବଡ଼ ଆକାରର ଜାଳେଣି ବିଶେଷ କରି ଅଭାବୀ ଲୋକଙ୍କ ପାଇଁ ବେଶି ଲାଭପ୍ରଦ ହେବ । ଗୋବର ଆମ ସଂସ୍କୃତି ସହ ଜଡ଼ିତ ବୋଲି ମଧ୍ୟ ବିବୃତିରେ କୁହାଯାଇଛି । ଏପରି ନିଷ୍ପତ୍ତିକୁ କିଛି ସାମାଜିକ ସଂଗଠନ ପକ୍ଷରୁ ବି ସମର୍ଥନ ମିଳିଛି ।

 

Leave A Reply

Your email address will not be published.