Latest Odisha News

BREAKING NEWS

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ୬ ତାରିଖ ଦେଶବ୍ୟାପି ବିକ୍ଷୋଭ ଡାକରା; ୧୨ ଟାରୁ ୩ ଟା ଯାଏଁ ଚକାଜାମ ଆନ୍ଦୋଳନ 

ନୂଆଦିଲ୍ଲୀ: କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ତେଜୁଛି ଆନ୍ଦୋଳନ। ଆସନ୍ତା ୬ ତାରିଖରେ ଦେଶବ୍ୟାପି ବିକ୍ଷୋଭ ଡାକରା ଦେଇଛି ଭାରତୀୟ କିଶାନ ସଂଘ । ୬ ତାରିଖରେ ଦିନ ୧୨ ଟାରୁ ୩ ଟା ଯାଏଁ ଚକାଜାମ ଆନ୍ଦୋଳନ କରିବା ନେଇ ସଂଘ ପକ୍ଷରୁ ଘୋଷଣା ହୋଇଛି।

ସମସ୍ତ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ ଅବରୋଧ କରିବେ ଚାଷୀ । ଚାଷୀ ନେତା ବଲବୀର ସିଂ ରାଜେୱାଲା ଏବଂ ଯୋଗେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି।

ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ପାଇଁ କୃଷି ଆଇନ ସ୍ଥଗିତ ରଖି ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଏହି ଏକ୍ସପର୍ଟ କମିଟି ପାଖରେ ଅଭିଯୋଗ କରିବାକୁ ସୁପ୍ରିମ୍‌କୋର୍ଟ ଚାଷୀଙ୍କୁ କହିଥିଲେ। ଏହି କମିଟି ରିପୋର୍ଟ ଦେବା ପରେ କୋର୍ଟ ଶୁଣାଣି କରିବେ ବୋଲି କହିଥିଲେ।

Comments are closed.