Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ଗାବା ବିଜୟର ୫ ହିରୋ ବାଦ୍ ପଡି ପାରନ୍ତି !

ଚେପକ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରୁ ଗାବା ବିଜୟର ନାୟକ ସାଜିଥିବା ୫ ଖେଳାଳି ଟିମ୍ ଇଣ୍ଡିଆର ବାଦ୍ ପଡି ପାରନ୍ତି । ଟି.ନଟରାଜନ ଘୋଷିତ ପ୍ରଥମ ୨ ଟେଷ୍ଟରୁ ଦଳରୁ ବାଦ୍ ପଡିଛନ୍ତି । ତାଙ୍କ ବ୍ୟତୀତ ମୟଙ୍କ ଅଗ୍ରୱାଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ମଧ୍ୟ ଦଳରୁ ବାଦ୍ ପଡିବା ଏକପ୍ରକାର ନିଶ୍ଚିତ ହୋଇଛି । ପ୍ରଥମ ଟେଷ୍ଟରେ ରୋହିତ ଶର୍ମା ଓ ଶୁଭମନ ଗିଲ ଓପିନଂ କରିବେ । ମିଡିଲ ଅର୍ଡରରେ ଅଧିନାୟକ ବିରାଟ କୋହଲି ଖେଳିବେ । ଫଳରେ ମୟଙ୍କଙ୍କୁ ସୁଯୋଗ ମିଳିବ ନାହିଁ । ରବିଚନ୍ଦ୍ରନ ଅଶ୍ୱିନ ଫିଟ ହୋଇଥିବାରୁ ୱାଶିଂଟନ ସୁନ୍ଦରଙ୍କ ଖେଳିବା ସମ୍ଭାବନା କ୍ଷୀଣ ।

ବାମହାତୀ ସ୍ପିନର ଓ ରିଷ୍ଟ ସ୍ପିନର କମ୍ବିନେଶନ କରାଗଲେ ଅଶ୍ୱିନଙ୍କ ସହ ଅକ୍ଷର ପଟେଲ କିମ୍ବା କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ପେସ ବୋଲର ଭାବେ ଈଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା ଖେଳିବା ନିଶ୍ଚିତ ହୋଇଥିବାରୁ ସିରାଜଙ୍କ ପତା କଟିପାରେ । ତେବେ ଚୂଡାନ୍ତ ଟିମ୍ ଫେବୃୟାରୀ ୪ ପୂର୍ବରୁ ଘୋଷଣା କରାଯିବ ।

Comments are closed.