Latest Odisha News

BREAKING NEWS

ଭୁବନେଶ୍ୱର: କିରୋସିନରେ ଜଳି ପରିବାରର ୩ଜଣ ସଦସ୍ୟ ଗୁରୁତର ଆହତ

ଭୁବନେଶ୍ୱର: ରାଜଧାନୀର ଲିଙ୍ଗରାଜ ଥାନା ପୋଲିସ ୩ ଜଣ ବ୍ୟକ୍ତିଙ୍କୁ ନିଆଁରେ ଜଳିଯାଇ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାଜଧାନୀ ଉପକଣ୍ଠସ୍ଥ କପିଳେଶ୍ୱର କେନାଲ ନିକଟବର୍ତ୍ତୀ ଏକ ବସ୍ତିରେ ଥିବା ଗୋଟିଏ ପରିବାରର ୩ ଜଣ ବ୍ୟକ୍ତି ଝଗଡ଼ା ଲାଗିବା ଫଳରେ କିରୋସିନ ଢାଳି ହୋଇ ଗୁରୁତର ଆହତ ହୋଇଛନ୍ତି । ଶନିବାର ସକାଳେ ପତୀ ଓ ପତ୍ନୀ ଝଗଡ଼ା ଲାଗିବା ପରେ କିରୋସିନ ଢାଳି ହେବା ସହିତ ସେମାନଙ୍କ ପୁଅ ଶରୀରରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଏହି ଘଟଣା ସମ୍ପର୍କରେ ଖବର ପାଇଲାମାତ୍ରେ ଲିଙ୍ଗରାଜ ପୋଲିସ ଥାନାର ଏକ ଟିମ୍ ଏକ ଆମ୍ବୁଲାନ୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଦଳ ସେଠାରେ ପହଞ୍ଚିବା ପରେ ଆହତ ୩ ଜଣ ବ୍ୟକ୍ତିଙ୍କୁ ଜଳନ୍ତା ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ସଦ୍ୟତମ ସୂଚନାନୁଯାୟୀ, ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧିନ ଥିବା ପୀଡ଼ିତମାନଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ।

Leave A Reply

Your email address will not be published.