Latest Odisha News

BREAKING NEWS

ରାହୁଲଙ୍କ ଅଜବ ପ୍ରଶ୍ନ, ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରୁ ଆରମ୍ଭ

ନୂଆଦିଲ୍ଲୀ:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଜବ ପ୍ରଶ୍ନ ପଚାରିଛନ୍ତି । ମ୍ୟାନମାର ରାଜନୈତିକ ଅସ୍ଥିରତା ନେଇ ପଚାରାଯିବାରୁ ସେ କହିଥିଲେ,ମୁଁ ବୁଝି ପାରୁନି ଅଧିକାଂଶ ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରୁ ଆରମ୍ଭ ହୋଇଥାଏ । ସୂଚନାଯୋଗ୍ୟ, ମ୍ୟାନମାର ସେନା ପ୍ରମୁଖ ମିନ ଅଙ୍ଗ ହ୍ୱାଇଙ୍ଗ ଦେଶରେ ଅସ୍ଥିରତା ସୃଷ୍ଟି କରିବା ସଂ ନିଜକୁ ଏକଚ୍ଛତ୍ରବାଦ ଶାସକ ଘୋଷିତ କରିଛନ୍ତି । ରାହୁଲ ପରୋକ୍ଷରେ କାହାକୁ ଟାର୍ଗେଟ କରିଥିଲେ ତାହା ଅବଶ୍ୟ ସମସ୍ତଙ୍କୁ ଜଣା ।

ଏକ ସମ୍ବେଦନଶୀଳ ଆଲୋଚନା ବେଳେ ତାଙ୍କର ଏହି ପ୍ରଶ୍ନ ଅନେକ ପସନ୍ଦ ଆସି ନାହିଁ । ସେ ଏ ନେଇ ଟୁଇଟ କରିବା ସହ ଏକଚ୍ଛତ୍ରବାଦ ଶାସକ ମାର୍କୋସ, ମୁସୋଲିନ୍‌, ମିଲୋସେଭିକ,ମୁବାରକ, ମୋବୁଟୁ, ମୁଶାରଫ ଓ ମିକୋମ୍ବେରାଙ୍କ ନାମ ମଧ୍ୟ ଦେଇଛନ୍ତି । ବିଜେପି ପକ୍ଷରୁ ଏ ନେଇ କିଛି କୁହା ଯାଇ ନାହିଁ ।

Leave A Reply

Your email address will not be published.