Latest Odisha News

BREAKING NEWS

ବିପର୍ଯ୍ୟସ୍ତ ଅବସ୍ଥାରେ ମାଲକାନଗିରି ରାସ୍ତା: ଖଟିଆରେ ବୁହାହେଲେ ରୋଗୀ

ମାଲକାନଗିରି : ଏବେବି ଓଡିଶାର ଅନେକ ଅଞ୍ଚଳର ରାସ୍ତାଘାଟ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ସେହିପରି ମଧ୍ୟବର୍ତ୍ତି ଓଡିଶାର ଅନେକ ରାସ୍ତାଘାଟ ଦୂରାବସ୍ଥା କହିଲେ ନଚଳେ । ବପଦଜନ୍ନକ ରାସ୍ତା ତଥା ଅନୁନ୍ନତ ଅଞ୍ଚଳରେ ଯୋଗଯୋଗ ବ୍ୟବସ୍ଥା ଅବହେଳିତ ଅବସ୍ଥାରେ ଥିବାରୁ ସାଧାରଣତଃ ରୋଗୀମାନେ ହଇରାଣ ହରକତ ହେବାରେ ଲାଗିଛନ୍ତି । ଏପରିକି ଆମ୍ବୁଲାନ୍ସରେ ଥିବା ରୋଗୀ ଓ ଗର୍ଭବତୀ ମହିଳା ଘର ପର୍ଯ୍ୟନ୍ତ ପହଞ୍ଚିବାକୁ ମଧ୍ୟ ଅସମ୍ଭବ ହୋଇପଡୁଛି ।

ଶୁକ୍ରବାର ଦିନ ଜଣେ ଗର୍ଭବତୀ ମହିଳାଙ୍କୁ ପରିବାର ବର୍ଗ ଏକ ଖଟିଆରେ ଗୋଇଗୁଡା ଗ୍ରାମରୁ ମୁଦୁଲିଗୁଡା ଗ୍ରାମ ଯାଏଁ ପାଖାପାଖି ୭କିମି. ପର୍ଯ୍ୟନ୍ତ ବୋହିକି ଆଣିଥିଲେ ଏବଂ ପରେ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା ।
ଅନ୍ୟପକ୍ଷରେ ଏଯାବତ୍ ତାଙ୍କର ପରିଚୟ ମିଳିପାରି ନାହିଁ ।

ସେହିପରି ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଜାନୁଆରୀ ୯ ତାରିଖରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଛଡାଡିହି ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲେ ମଧ୍ୟ ତାହା ପହଞ୍ଚିପାରିନଥିଲା । ଫଳରେ ପରିବାର ବର୍ଗ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ପୃକ୍ତ ମହିଳାଙ୍କୁ ଏକ ଖଟିଆରେ ପାଖାପାଖି ୫କିମି. ଯାଏଁ ବୁହାଇ ମେଡିକାଲ ନେବା ଭଳି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.