ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ଗତକାଲି ଅପେକ୍ଷା ଆଜି ଥଣ୍ଡା ଟିକେ କମିଛି । ଆଜି ରାଜ୍ୟର ୬ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ରହିଥି ପାରଦ । ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।
ସେହିପରି ଫୁଲବାଣୀରେ ୫.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ରାତିର ତାରି ଥିଲା ୬.୫ ଡ଼ିଗ୍ରୀ ସେଲସିୟସ୍ । ସେହିପରି କୋରାପୁଟ ୯.୫, ବଲାଙ୍ଗିର ୯.୮ ଓ ଭବାନୀପାଟଣାରେ ରେକର୍ଡ ହୋଇଛି ୯.୮ ଡିଗ୍ରୀ ସେଲସିୟସ୍ ପାରଦ ।
#କନ୍ଧମାଳ ଜିଲ୍ଲାର #ଜି.#ଉଦୟଗିରି ଠାରେ ୩.୨ ଡ଼ିଗ୍ରୀ, #ଫୁଲବାଣୀରେ ୫.୫ ଏବଂ #ଦାରିଙ୍ଗବାଡି ଠାରେ ରାତ୍ରି-ତାପମାତ୍ରା ୬.୫ ଡ଼ିଗ୍ରୀ, #କୋରାପୁଟ ୯.୫, #ବଲାଙ୍ଗୀର ୯.୮, ଏବଂ #ଭବାନୀପାଟଣା ୯.୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା
#ଭୁବନେଶ୍ୱର ଠାରେ ୧୩.୦ ଡ଼ିଗ୍ରୀ ଏବଂ #କଟକ ରେ ୧୨.୬ ଡ଼ିଗ୍ରୀ ରାତ୍ରି ତାପମାତ୍ରା pic.twitter.com/qrsfron82z— Meteorological Centre, Bhubaneswar (@mcbbsr) February 5, 2021
ପାଣିପାଗ ବିଭାଗ ସୂଚନା ଅନୁସାରେ, ଭବାନୀପାଟଣା, ଫୁଲବାଣୀ, ଜି. ଉଦୟଗିରି ଓ ବଲାଙ୍ଗିରରେ ଶୀତ ଲହରି ଅନୁଭୂତ ହୋଇଛି । ସେହିପରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବି ଜାରି ରହିଛି ଶୀତ ଲହରି ।
Comments are closed.