Latest Odisha News

BREAKING NEWS

ଜୋମାଟୋ ସହ ହାତ ମିଶାଇଲେ ସରକାର

ନୂଆଦିଲ୍ଲୀ : ରୋଡ୍ ସାଇଡ୍ ଭେଣ୍ଡର୍ସଙ୍କୁ ସାହାଯ୍ୟ କରିବାକୁ ମୋଦି ସରକାରଙ୍କ ବଡ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଅର୍ଥାତ ପିଏମ୍ ସ୍ୱନିଧି ସ୍କିମ୍ ଅନୁସାରେ ସହରୀ ବିକାଶ ମନ୍ତ୍ରାଳୟ ଅନଲାଇନ ଫୁଡ୍ ଅର୍ଡର୍ ଓ ହୋମ୍ ଡେଲିଭରୀ କମ୍ପାନୀ ଜୋମାଟୋ ସହ ଚୁକ୍ତି କରିଛନ୍ତି । ଜୋମାଟୋ ଏହି ଯୋଜନା ସହ କାମ କରିବାକୁ ଚୁକ୍ତି କରିଛି । ଏହା ପୂର୍ବରୁ ସ୍ୱିଗି ସହ ସରକାର ଚୁକ୍ତି କରି ସାରିଛନ୍ତି ।

କେନ୍ଦ୍ର ସରକାର ଓ ସ୍ୱିଗି, ଜୋମାଟୋ ମଧ୍ୟରେ ହୋଇଥିବା ଚୁକ୍ତି ପରେ ଷ୍ଟ୍ରିଟ ଭେଣ୍ଡର୍ସ ଖାଦ୍ୟପେୟ ସାମଗ୍ରୀର ଅନଲାଇନ ଅର୍ଡର ନେବା ପରେ ହୋମ ଡେଲିଭରୀ କରିପାରିବେ । ଫଳରେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଏହି ସେକ୍ଟରକୁ କାମ ମିଳିବ । ଏହାସହ ଷ୍ଟ୍ରିଟ ଫୁଡ ଖାଇବାକୁ ଭଲ ପାଉଥିବା ଲୋକେ ଘରେ ବସି ଷ୍ଟ୍ରିଟ ଫୁଡର ମଜା ନେଇପାରିବେ ।

କରୋନା ସଙ୍କଟ ଯୋଗୁଁ ଲକ୍ଷ ଲକ୍ଷ ଷ୍ଟ୍ରିଟ ଭେଣ୍ଡର୍ସ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ରୋଜଗାର ମାନ୍ଦାବସ୍ଥା ଦେଇ ଗତି କରୁଛି । ଜୋମାଟୋ କହିଛି ଯେ ସେ ୬ଟି ସହରରେ ୩୦୦ ଫୁଡ ଭେଣ୍ଡର୍ସଙ୍କୁ ଟ୍ରେନିଂ ଦେବାସହ ଏହି ଯୋଜନା ଆରମ୍ଭ କରିବ । ଏହି ୬ଟି ସହର ହେଲା ଭୋପାଲ, ନାଗପୁର, ପାଟନା, ନାଗପୁର, ଲୁଧିଆନା ଓ ବଡୋଦରା । ପ୍ରଥମ ପର୍ଯ୍ୟାୟ ସଫଳ ହେବାପରେ ଜୋମାଟୋ ଏହି ଯୋଜନା ଆଉ ୧୨୫ ସହରରେ ଆରମ୍ଭ କରିବ ଏବଂ ଦେଶ ସାରା ଷ୍ଟ୍ରିଟ ଭେଣ୍ଡର୍ସଙ୍କୁ ପ୍ରଶିକ୍ଷଣ ଦେବ ।

ଜୋମାଟୋ ଏହି ଷ୍ଟ୍ରିଟ ଭେଣ୍ଡର୍ସଙ୍କୁ ଫୁଡ ସେଫଟି ଓ ହାଇଜିନ ସମ୍ବନ୍ଧରେ ପ୍ରଶିକ୍ଷିତ କରିବ ଏବଂ ସେମାନଙ୍କ ପାନ କାର୍ଡ, ଏଫଏସଏସଏଆଇ ରେଜିଷ୍ଟ୍ରେସନ, ଫୁଡ ମେନ୍ୟୁ ଡ଼ିଜିଟାଲିକରଣ ଏବଂ ଫୁଡ ପ୍ରାଇସ ଫିକ୍ସ କରିବାରେ ସାହାଯ୍ୟ କରିବ ।

ପିଏମ ସ୍ୱନିଧି ସ୍କିମ ଯୋଜନା ଅନୁସାରେ ଭେଣ୍ଡର୍ସ ୧୦ ହଜାର ଟଙ୍କା ୱର୍କିଙ୍ଗ କ୍ୟାପିଟାଲ ଋଣ ଭାବେ ନେଇପାରିବେ । ଏହାକୁ ମାସିକ କିସ୍ତି ହିସାବରେ ବର୍ଷେରେ ସୁଝିବାକୁ ପଡିବ । ସମୟରେ ଋଣ ଶୁଝିଦେଲେ ଭେଣ୍ଡର୍ସଙ୍କ ବ୍ୟାଙ୍କ ଖାତାରେ ବାର୍ଷିକ ୭ ପ୍ରତିଶତ ସବସିଡି ଆଧାରରେ ଜମା କରାଯିବ । 

ଏହି ଯୋଜନାରେ ଠେଲା ଦୋକାନୀ, ଛୋଟ ସେଲୁନ, ମୋଚି, ପାନ ଦୋକାନ, ଲଣ୍ଡ୍ରି ସେବା ଆଦି ସାମିଲ । ଏଥିରେ ଠେଲାରେ ପନିପରିବା, ଫଳ, ଚା’, ପକୁଡି, ବ୍ରେଡ, ଅଣ୍ଡା, କପଡା, ବହି ଆଦି ବିକ୍ରି କରୁଥିବା ଦୋକାନୀ ସାମିଲ ।

Leave A Reply

Your email address will not be published.