Latest Odisha News

BREAKING NEWS

କଟାମୁଣ୍ଡ ମିଳିବା ଘଟଣା, ମୃତଦେହର ରି-ପୋଷ୍ଟମର୍ଟମ କଲା ଚନ୍ଦକା ପୋଲିସ

ଭୁବନେଶ୍ବର : ଚନ୍ଦକା ଦାସପୁର ରାସ୍ତା କଡ଼ରୁ କଟାମୁଣ୍ଡ ମିଳିବା ଘଟଣାରେ ଆଉ ଥରେ ହେଲା ମହିଳାଙ୍କ ପୋଷ୍ଟ ମର୍ଟମ । ଅଧିକ ତଦନ୍ତ ଓ ସୁରାକ୍ ପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଛେଦ କରିଛି ଚନ୍ଦକା ପୋଲିସ । ରି -ପୋଷ୍ଟମର୍ଟମ ପାଇଁ ଏମସକୁ ପଠାଯାଇଥିଲା ମୃତଦେହ ।

ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ପୋଷ୍ଟମର୍ଟମ । ପ୍ରାଥମିକ ରିପୋର୍ଟରେ ମହିଳାଙ୍କୁ ହତ୍ୟା କରାଯିବା ପରେ, ତଣ୍ଟି କଟାଯାଇଥିବା ଉଲ୍ଲେଖ ଥିଲା । ହାତ କିମ୍ବା ରଶିରେ ତଣ୍ଟି ଚିପାଯାଇଥିବା ଅନୁମାନ କରାଯାଉଛି । ଶ୍ବାସରୁଦ୍ଧ ପରେ ମୁଣ୍ଡକୁ ଅଲଗା କରାଯାଇଥିବା ସୂଚନା ମିଳିଛି ।

ସେପଟେ ମହିଳାଙ୍କ ପରିଚୟ ମିଳିନଥିବାରୁ ପୋଷ୍ଟର ଲଗାଇଛି ଚନ୍ଦକା ପୋଲିସ । ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ପୋଷ୍ଟର ଲଗାଇଛି ଚନ୍ଦକା ଥାନା ପୋଲିସ । ହିନ୍ଦୀ ଓ ଓଡ଼ିଆ ଭାଷାରେ ତିଆରି ହୋଇଛି ପୋଷ୍ଟର । ଭୁବନେଶ୍ବର ରେଲୱେ ଷ୍ଟେସନ, ଏୟାରପୋର୍ଟ ଓ ବିଭିନ୍ନ ବସ୍ତିରେ ପୋଷ୍ଟର ଲଗାଇଛି ପୋଲିସ । ପୋଷ୍ଟରରେ ୩୦ ବର୍ଷୀୟ ମହିଳାଙ୍କ ଉଚ୍ଚତା ୫ଫୁଟ୍ ୩ ଇଞ୍ଚ ଥିବା ଉଲ୍ଲେଖ ଥିବା ବେଳେ, ୨ଟି ନମ୍ବର ଜାରି କରାଯାଇଛି । ମହିଳାଙ୍କ ବିଷୟରେ ସୂଚନା ଦେଲେ ପୁରଷ୍କାର ଦିଆଯିବ ବୋଲି ପୋଲିସ ପକ୍ଷରୁ ପୋଷ୍ଟରରେ ଲେଖା ରହିଛି । ପଡୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ ସମେତ ଅନ୍ୟ ରାଜ୍ୟକୁ ମଧ୍ୟ ତଥ୍ୟ ପଠାଇଛି ପୋଲିସ ।

Leave A Reply

Your email address will not be published.