Latest Odisha News

BREAKING NEWS

ୟଶରାଜ ଫିଲ୍ମର ୫୦ ବର୍ଷ ପୂର୍ତି ଅବସରରେ ଆଦିତ୍ୟ ଘୋଷଣା କରିବେ ୫ ବଡ ଫିଲ୍ମ

ମୁମ୍ବାଇ: ୟଶରାଜ ଫିଲ୍ମର ୫୦ ବର୍ଷ ପୂର୍ତି ଅବସରରେ ଆଦିତ୍ୟ ଚୋପ୍ରା ୫ଟି ବଡ ବଜେଟର ଫିଲ୍ମ ଘୋଷଣା କରିବେ । ଏହି ଫିଲ୍ମ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବା ସ୍ୱାଭାବିକ । ଆଦିତ୍ୟ ଫେବୃୟାରୀ ଶେଷ ଭାଗରେ କିମ୍ବା ମାର୍ଚ୍ଚରେ ଏଥିନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି ।

ଏହି ଅବସରରେ ପୃଥ୍ୱୀରାଜ, ଶମସେରା, ଜୟେଶଭାଇ ଜୋରଦାର, ବଂଟି ଔର ବବଲୀ-୨, ସନ୍ଦୀପ ଔର ପିଙ୍କି ଫେରାର ଫିଲ୍ମ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଆଦିତ୍ୟ ୟଶରାଜ ଫିଲ୍ମସ ପରବର୍ତୀ ରୂପରେଖା ନେଇ ଘୋଷଣା କରିବେ । ସୂଚନାଯୋଗ୍ୟ, ୟଶରାଜ ବ୍ୟାନରରେ ଏବେ ୭ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି ।

Leave A Reply

Your email address will not be published.