Latest Odisha News

BREAKING NEWS

ଅନୁଗୁଳ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲାର କାଙ୍ଗୁଲା ଗ୍ରାମରେ ରବିବାର ଦିନ ଜଣେ ନାବାଳିକାକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ନାବାଳିକା ଜଣଙ୍କ ସପ୍ତମ ଶ୍ରେଣୀରେ ପଢୁଥିଲେ । ରବିବାର ଦ୍ୱିପହର ସମୟରେ ସମ୍ପୃକ୍ତ ନାବାଳିକା ଜଣଙ୍କ ନିଜ ବାପାଙ୍କୁ ଭେଟ କରିବାକୁ ଯାଉଥିଲାବେଳେ ତାକୁ କେହି ଅପହରଣ ପରେ ଏହିଭଳି ଜଘନ୍ୟ ଅପରାଧ ଘଟାଇଥିବା ନେଇ ଅଭିଯୋଗ ହୋଇଛି ।

ଅଭିଯୁକ୍ତ ଜଣଙ୍କ କାଙ୍ଗୁଲା ଗ୍ରାମର ଅନମ ଦେହୁରୀ ବୋଲି ଜଣାପଡିଥିବା ବେଳେ ସେ ଉକ୍ତ ନାବାଳିକାଙ୍କୁ ଅପହରଣ ପରେ ଏହିଭଳି ଜଘନ୍ୟ ଅପରାଧ ଘଟାଇଥିବା ନେଇ ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଗ୍ରାମ ନିକଟସ୍ଥ ଦକ୍ଷିଣ କାଳୀ ମନ୍ଦିର ପାଖରେ ଥିବା ଏକ ବୁଦାମୂଳେ ଉକ୍ତ ନାବାଳିକାର ମୃତଦେହ ଠାବ କରାଯାଇଥିଲା ।

ମୃତକଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର, ଏସଡିପିଓ ହରିହର ପାଣି ଓ ଅନୁଗୁଳ ଥାନାର ଭାରପ୍ରାପ୍ତ ଥାନାଧିକାରୀ ସମେତ ଏକ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରପାଶ୍ୱିକ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁ ପଛର ସଠିକ୍ କାରଣ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.