ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶାର ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ମାମଲାର ଶୁଣାଣି କରିବା ପାଇଁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି । ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ଓଡ଼ିଶା ସରକାର । ଆନ୍ଧ୍ରପ୍ରଦେଶ ଅଦାଲତଙ୍କ ଆଦେଶ ଅବମାନନା କରୁଥିବା ନେଇ ପିଟିସନରେ ଉଲ୍ଲେଖ ରହିଛି ।

ଆନ୍ଧ୍ର ପ୍ରଦେଶ ଅଦାଲତ ଅବମାନନା କରୁଥିବା ଅଭିଯୋଗ କରିବା ସହ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ରାଜ୍ୟ ସରକାର । ଏଥିରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ଆଦିତ୍ୟନାଥ ଦାସ, ବିଜୟନଗରମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କର୍ତ୍ତୃପକ୍ଷ ଡକ୍ଟର ଏମ.ଏଚ.ଜୱାହରଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍. ରମେଶକୁମାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ପିଟିସନରେ ଓଡ଼ିଶା ସରକାର ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟ ୧୯୬୮ ଓ ୨୦୦୬ ମସିହାରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆନ୍ଧ୍ର ପ୍ରଦେଶ ସରକାର ଆଦେଶକୁ ଉଲ୍ଲଂଘନ କରିଛନ୍ତି । ଆସନ୍ତା ୧୩ ଏବଂ ୧୭ ତାରିଖରେ କୋଟିଆର ତିନିଟି ଗ୍ରାମରେ ନିର୍ବାଚନ କରିବାକୁ ଆନ୍ଧ୍ର ଘୋଷଣା କରିଥିବାରୁ ମାମଲାର ତୁରନ୍ତ ଶୁଣାଣି ହେବ ।
BREAKING NEWS
- Homi Bhabha Cancer Hospital:ଜଟଣୀରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଅତିରିକ୍ତ ଅର୍ଥ ଯୋଗାଇବେ ରାଜ୍ୟ ସରକାର;ପୂର୍ବ ଭାରତର ରୋଗୀ ହେବେ ଉପକୃତ
- Jharsuguda–Bhubaneswar Flights: ଝାରସୁଗୁଡ଼ାରୁ ଭୁବନେଶ୍ୱର-ହାଇଦ୍ରାବାଦକୁ ବିମାନ ସେବା ଏହି ତାରିଖ ଯାଏଁ ବନ୍ଦ…ଜାଣନ୍ତୁ କାରଣ
- ହାତୀ କଙ୍କାଳ ଉଦ୍ଧାର ଘଟଣା:୨ ଦାନ୍ତ ଜବତ,୪ ଅଭିଯୁକ୍ତ ଗିରଫ
- ଦ୍ୱିତୀୟ ବନ୍ୟାରେ ବେହାଲ ବଡ଼ଚଣା;ପାନୀୟ ଜଳ ପାଇଁ ହାହାକାର,ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ
- MMDR ବିଲକୁ ବିରୋଧୀଙ୍କ ବିରୋଧ: ଜବାବ ରଖିଲେ ଖଣିମନ୍ତ୍ରୀ
- ୟୁ.ଏସ୍. ଓପନ୍: ୪୬ ବର୍ଷୀୟା ଭେନସଙ୍କୁ ୱାଇଲ୍ଡ କାର୍ଡ; ସେରେନାଙ୍କ ପାଇଁ ଗୋଟିଏ ସ୍ଥାନ ସଂରକ୍ଷିତ !
- Dowry-free Odisha:’ଯୌତୁକ ମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ’
- ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲଙ୍କାକାଣ୍ଡ: ୪୦୦ରୁ ଅଧିକ ଅଟୋର ପରମିଟ୍ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ
- ପୁରୁଷ ହକି ୱାର୍ଲ୍ଡ କପ୍ ୨୦୨୬: ପାକିସ୍ତାନକୁ ୫-୩ ଗୋଲ୍ରେ ହରାଇ ଟପ-୮ ରେ ଭାରତ
- ବନ୍ୟା ଆଶଙ୍କା: ବାଲେଶ୍ୱରରେ ବଢ଼ିବ ଜଳସ୍ତର, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ

Comments are closed.