Latest Odisha News

BREAKING NEWS

ଭାରତୀୟ ବଜାରକୁ ଆସିଲା ନିସାନର ନୂଆ ଏସୟୁଭି କିକ୍ସ

ନୂଆଦିଲ୍ଲୀ : ଜାପାନ ଅଟୋମୋବାଇଲ କମ୍ପାନୀ ନିସାନ ପକ୍ଷରୁ ମଙ୍ଗଳବାର ଦିନ ଭାରତୀୟ ବଜାରରେ ନୂଆ ଅର୍ବାନ ଏସୟୁଭି କିକ୍ସ ଗାଡିକୁ ଲଞ୍ଚ କରାଯାଇଛି ।

ହୁଣ୍ଡାଇ କ୍ରେଟା, ରେନୋଲ୍ଟ ଡଷ୍ଟର ଓ କାପଚର୍ ସହିତ ମୁକାବିଲା କରିବ ନିସାନର ନୂଆ ଏସୟୁଭି କିକ୍ସ । ଏହାର ବଜାର ମୂଲ୍ୟ ୯.୫୫ ଲକ୍ଷ(ଏକ୍ସ-ସୋରୁମ୍) ରହିଛି ।

ଏହି କାର୍ ପ୍ରାୟ ୧୧ଟି ରଙ୍ଗରେ ଉପଲବ୍ଧ ହେବ ।

ଏଥିସହିତ ନିସାନ କିକ୍ସ କାର୍ ଉପରେ ଗ୍ରାହକମାନଙ୍କୁ ୩ବର୍ଷର ଷ୍ଟାଣ୍ଡାର୍ଡ ୱାରେଣ୍ଟି ସୁବିଧା ମିଳିବ । ଆହୁରିମଧ୍ୟ ୩ବର୍ଷର ସଭିର୍ସ ମେଣ୍ଟେନାନ୍ସ ମଧ୍ୟ ପ୍ରଦାନ କରାଯିବ ।

ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଏହି କାରରେ ଇବିଡି ସହିତ ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍(ଏବିଏସ) ଡୁଆଲ ଫ୍ରଣ୍ଟ ଏୟାରବ୍ୟାଗ, ରିଅର୍ ପାର୍କିଂ ସେନସର ସହ ୩୬୦ ଡିଗ୍ରୀ କ୍ୟାମେରା ଓ ହିଲ୍ ଷ୍ଟାର୍ଟ ଆସିଷ୍ଟ୍ ସୁବିଧା ମଧ୍ୟ ରହିଛି ।

କିକ୍ସରେ ପେଟ୍ରୋଲ ୱାରେଣ୍ଟି ପ୍ରତି ଲିଟର ପିଛା ୧୪.୨୩ କିମି. ମାଇଲେଜ ଦେବ ଓ ଡିଜେଲ ଲିଟର ପ୍ରତି ୨୦.୪୫ କିମି.ର ମାଇଲେଜ ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି କାରରେ ଆହୁରି ଅନେକ ଫିଚର୍ସ ମଧ୍ୟ ରହିଛି ।

Leave A Reply

Your email address will not be published.